Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ଆଜିଠୁ ନୂଆ SOPରେ ମହାପ୍ରଭୁଙ୍କ ଦର୍ଶନ

ଆଜିଠାରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ନୂଆ ନିୟମ । ଜଗା ଦର୍ଶନ ପାଇଁ କଡାକଡି ପାଳନ କରାଯାଉଛି ଗାଇଡଲାଇନ୍ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ନେଇ ନୂଆ ଏସଓପି ଜାରି କରିଥିଲା ପ୍ରଶାସନ

ଆଜିଠାରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ନୂଆ ନିୟମ । ଜଗା ଦର୍ଶନ ପାଇଁ କଡାକଡି ପାଳନ କରାଯାଉଛି ଗାଇଡଲାଇନ୍ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ନେଇ ନୂଆ ଏସଓପି ଜାରି କରିଥିଲା ପ୍ରଶାସନ । ଆଜିଠୁ ରାଜ୍ୟ ବାହାର ଭକ୍ତଙ୍କ ପାଇଁ RT-PCR ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟକାମୂଳକ କରାଯାଇଛି । ଚାରି ଦିନ ମଧ୍ୟରେ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଥିବା ଆବଶ୍ୟକ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରକାଠ ବଦଳରେ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ କରାଯାଉଛି । ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ନେଇ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ବିନା ମାସ୍କରେ କୌଣସି ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଅନୁମତି ନାହିଁ । ଏହାସହ ହାତ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି ।

Show More

Related Articles

Back to top button