ପୂଜା ପାର୍ବଣ

ଆସନ୍ତାକାଲି ବିଶ୍ୱକର୍ମା ପୂଜା

ଆସନ୍ତାକାଲି ହେଉଛି ବିଶ୍ୱକର୍ମା ପୂଜା । ପବିତ୍ର ହିନ୍ଦୁ ପରମ୍ପରା ଅନୁଯାୟୀ ବିଶ୍ୱକର୍ମା ସଂସାରର ସର୍ବଶ୍ରେଷ୍ଠ ଯନ୍ତ୍ରୀ । ଅନ୍ୟ ଭଗବାନଙ୍କ ପରି ବିଶ୍ୱକର୍ମାଙ୍କୁ ଗୋଟିଏ ଦିନ ଦିଆଯାଇଛି ଯାହାକି ତାଙ୍କ ଜନ୍ମଦିନ ବା ଜୟନ୍ତୀ, ଯାହାକୁ ବିଶ୍ୱକର୍ମା ପୂଜା ଭାବେ ପଳନ କରାଯାଏ ।

ହିନ୍ଦୁ ଧର୍ମରେ ବିଶ୍ୱକର୍ମା ପୂଜାର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱକର୍ମା ଦୁନିଆର ପ୍ରଥମ ଯନ୍ତ୍ରୀ ବୋଲି ବିଶ୍ୱାସ କରାଯାଏ । ହିନ୍ଦୁ ଧର୍ମରେ ଭଗବାନ ବିଶ୍ୱକର୍ମା ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଏବଂ ସ୍ଥପତି ଭାବରେ ପରିଗଣିତ ହୁଅନ୍ତି । ତାଙ୍କୁ ଯନ୍ତ୍ରର ଦେବତା କୁହାଯାଏ । ବିଶ୍ୱକର୍ମା ବ୍ରହ୍ମାଙ୍କ ସପ୍ତମ ପୁତ୍ର । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମା ଇନ୍ଦ୍ରପୁରୀ, ଦ୍ୱାରକା, ହାସ୍ତିନାପୁର, ସ୍ୱର୍ଗଲୋକ ଏବଂ ଲଙ୍କା ଇତ୍ୟାଦିର ରାଜଧାନୀ ନିର୍ମାଣ କରିଥିଲେ ।

କୁହାଯାଏ ଯେ ଭଗବାନ ବିଶ୍ୱକର୍ମା ଦେବତାମାନଙ୍କ ପାଇଁ ଅସ୍ତ୍ରଶସ୍ତ୍ର, କୋଠା ଏବଂ ମନ୍ଦିର ନିର୍ମାଣ କରିଥିଲେ । ବିଶ୍ୱକର୍ମା ବ୍ରହ୍ମାଣ୍ଡ ସୃଷ୍ଟିରେ ଭଗବାନ ବ୍ରହ୍ମାଙ୍କ ସହ ସହଯୋଗ କରିଥିଲେ । ବିଶ୍ୱାସ ରହିଛି ଯେ, ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରି ଜଣେ ବ୍ୟକ୍ତିର କୌଣସି ପ୍ରକାରର ଅଭାବ ରହେ ନାହିଁ । ବ୍ୟବସାୟ ବଢେ, ଜୀବନରେ ଧନ ଏବଂ ସମୃଦ୍ଧିର ଅଭାବ ମଧ୍ୟ ନାହିଁ । ସେମାନଙ୍କର ସମସ୍ତ ଇଚ୍ଛା ମଧ୍ୟ ପୂରଣ ହୁଏ ।

Show More

Related Articles

Back to top button