ଓଡ଼ିଶାଖେଳଦେଶଦେଶ ବିଦେଶବ୍ୟକ୍ତିତ୍ୱସେଲିବ୍ରିଟି

“ଶ୍ରୀବଲି” ଗୀତରେ ନାଚିଲେ ବିରାଟ କୋହଲି

ଆଜି ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି

ଅହମଦାବାଦ୍‌,:ଆଜି ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି । ‘ପୁଷ୍ପା’ ଫିଲ୍ମର ଅନେକ ଗୀତ ଏବଂ ଆକ୍ସନକୁ ନେଇ ନେଇ ଛୋଟ ପିଲାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭିଡିଓ ଭାଇରାଲ ହେଉଥିବାବେଳେ ଏଥିରୁ ବାଦ୍ ପଡିନାହାନ୍ତି ବିରାଟ କୋହଲି । ଏକ କଷ୍ଟଦାୟକ କ୍ୟାଚକୁ “ଶ୍ରୀବଲି” ଗୀତରେ ନାଚି କବଜା କରିଥିଲେ ।

ବିସିସିଆଇର ସୂଚନା ମୁତାବକ, ଅହମଦାବାଦ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ୪୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ହାତେଇ ନେଇଛି। ସିରିଜର ତୃତୀୟ ମ୍ୟାଚ ଶୁକ୍ରବାର ଖେଳାଯିବ। ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୭ ରନ କରିଥିଲା।

ଜବାବରେ ୱେଷ୍ଟଇଣ୍ଡିଜ ୪୬ ଓଭରରେ ୧୯୩ ରନ କରି ଅଲଆଉଟ ହୋଇଯାଇଛି।
ୱେଷ୍ଟଇଣ୍ଡିଜ ଦଳ ଗୋଟିଏ ସମୟରେ ୭୬ ରନ ପାଇଁ ଶ୍ରେଷ୍ଠ ପାଞ୍ଚଟି ଉଇକେଟ ହରାଇଥିଲା ଏବଂ ଭାରତୀୟ ଦଳ ଏକ ବଡ଼ ବିଜୟର ନିକଟତର ହୋଇଥିଲା। କିନ୍ତୁ ଏହା ପରେ ଓଡିନ ସ୍ମିଥ, ଶାମର ବ୍ରୁକ୍ସ ଏବଂ ଆକିଲ ହୋସେନ ଭାଗିଦାରୀ କରି ଦଳକୁ ଟାର୍ଗେଟର ନିକଟତର କରିଥିଲେ, କିନ୍ତୁ ଏହା ପରେ ବିରାଟଙ୍କ ଏକ କଷ୍ଟଦାୟକ ମ୍ୟାଚ ଭାରତ ସପକ୍ଷରେ ଯାଇଥିଲା।
କିରନ ପୋଲାର୍ଡଙ୍କ ସ୍ଥାନରେ ମ୍ୟାଚ୍‌ରେ ସାମିଲ ହୋଇଥିବା ଓଡିନ ସ୍ମିଥ ଦ୍ରୁତ ଗତିରେ ସ୍କୋର କରିଥିଲେ। ସେ ଦୁଇଟି ଛକା ଏବଂ ଚୌକା ସାହାଯ୍ୟରେ ୨୦ଟି ବଲରେ ୨୪ ରନ୍‌ କରିଥିଲେ। ଏହି ସମୟରେ ସେ ୪୫ ତମ ଓଭରର ଶେଷ ବଲରେ ୱାଶିଂଟନ ସୁନ୍ଦରଙ୍କ ବଲ୍‌ରେ ଏକ ବଡ ସଟ୍‌ ଖେଳିବାକୁ ଉଦ୍ୟମ କରିଥିଲେ। ମିଡ ଉଇକେଟ ଫଇଲ୍ଡିଂ କରୁଥିବା ବିରାଟ କୋହଲି କୌଣସି ଭୁଲ ନ କରି କଷ୍ଟଦାୟକ କ୍ୟାଚ୍ ନେଇଥିଲେ। କ୍ୟାଚ୍‌ ଧରିବା ପରେ ବିରାଟ ବହୁତ ଖୁସି ଦେଖାଯାଉଥିଲେ। ସେ ପଡିଆରେ ସୁପରହିଟ୍‌ ‘ପୁଷ୍ପା’ ଫିଲ୍ମର “ଶ୍ରୀବଲି” ଗୀତରେ ନାଚିଥିଲେ। କୋହଲିଙ୍କ ଏହି ଚମତ୍କାର କ୍ୟାଚ ଧରିବାର ଭିଡିଓ ବିସିସିଆଇ ଏହାର ଅଫିସିଆଲ ଆକାଉଣ୍ଟରୁ ଶେୟାର କରିଛି

Show More

Related Articles

Back to top button