ଖେଳଦେଶ ବିଦେଶ

ବିରାଟ ସେନାକୁ ପ୍ରଶଂସା କଲେ ଇମରାନ ଖାନ, କହିଲେ କିପରି ନମ୍ବର ୧ ହେଲା ଟିମ୍ ଇଣ୍ଡିଆ

ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ଅଧିନାୟକ ଇମରାନ ଖାନ୍ ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଛନ୍ତି । ଭାରତ କ୍ରିକେଟରେ ଅନେକ ଟେକନିକରେ ପରିବର୍ତ୍ତନ ପରେ ବିଶ୍ୱର ନମ୍ବର ୧ ସ୍ଥାନରେ ପହଁଚି ପାରିଥିବା ସେ କହିଛନ୍ତି

ଇମରାନ ଖାନ କହିଛନ୍ତି ଯେ, ପାକିସ୍ତାନ ସଦାବେଳେ ଏକ ଭଲ ଦଳ । କିନ୍ତୁ ଦଳ ନିଜର ଟେକନିକରେ ସୁଧାର କରିପାରି ନାହିଁ ଷ ବିଶ୍ୱରେ ଦବଦବା ଜାହିର କରିପାରୁ ଥିବା ଟିମ୍ ପାକିସ୍ତାନ ନୁହେଁ । ଆଜି ଭାରତ ବିଶ୍ୱର ଶ୍ରେଷ୍ଠ ଟିମ୍ । କାରଣ ସେମାନେ ନିଜ ଢାଞ୍ଚା ଓ ଟେକନିକରେ ଅନେକ ପରିବର୍ତ୍ତନ କରିଛନ୍ତି ।ସେ ଆହୁରି କହିଛନ୍ତି ଯେ, କୌଣସି ଢାଞ୍ଚାରେ କାମ କରିବା ଓ ପ୍ରତିଭା ଖୋଜିବା ପାଇଁ ସମୟ ଲାଗିଥାଏ । ଦିନେ ନା ଦିନେ ପାକିସ୍ତାନ ବି ଶୀର୍ଷରେ ପହଁଚିବ ।

ଏହାସହ ତାଙ୍କର ବ୍ୟସ୍ତ କାର୍ଯ୍ୟକ୍ରମ ପାଇଁ ଖେଳ ପାଇଁ ସେ ଅଧିକ ସମୟ ଦେଇପାରୁନଥିବା କହିଛନ୍ତି ।ଇମରାନ ଖାନଙ୍କ ନେତୃତ୍ୱରେ ପାକିସ୍ତାନ ୧୯୯୨ ବିଶ୍ୱକପ ଜିତିଥିଲା । କ୍ରିକେଟ ପଡିଆରେ ତାଙ୍କର ପ୍ରଦର୍ଶନ ଓ ନେତୃତ୍ୱ ପାଇଁ ପାକିସ୍ତାନରେ ସେ ଜଣେ ସମ୍ମାନିତ ବ୍ୟକ୍ତି ଅଟନ୍ତି । ୨୦୧୮ରେ ନିର୍ବାଚନ ଜିତିବା ପରେ ସେ ଆଇସିସିର ପୂର୍ବତନ ଅଧ୍ୟକ୍ଷ ଏହସାନ ମନୀଙ୍କୁ ପିସିବିର ଅଧ୍ୟକ୍ଷ କରିଥିଲେ ।

Show More

Related Articles

Back to top button