Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ବାରିପଦା- ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ବାରିପଦା ପିଏଚ୍ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍ ଚାଲିଛି । ବଡ଼ସାହି ପୈତୃକ ଘର, ଅଫିସ୍ରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ ।
ଦୁଇ ଜଣ ଆଡିସ୍ନାଲ୍ ଏସ୍ପି, ୩ ଜଣ ଡିଏସ୍ପି, ୭ ଜଣ ଇନ୍ସ୍ପେକ୍ଟର, ଜଣେ ସବ୍ ଇନ୍ସ୍ପେକ୍ଟର, ୭ ଜଣ ଏଏସ୍ଆଇ ଏହି ଚଢ଼ାଉ କରୁଥିବା ଟିମ୍ରେ ସାମିଲ୍ ଅଛନ୍ତି।
ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଧୀନସ୍ଥ ରଘୁନାଥପୁର ଗ୍ରାମରେ ନାୟକଙ୍କ ପତ୍ନୀଙ୍କ ନାମରେ ଥିବା ଏକ ୩ ମହଲା କୋଠା, ଜିଲ୍ଲାର ବଡ଼ସାହି ଥାନା ଅଧୀନସ୍ଥ ତଲାନ୍ଦାରେ ଥିବା ୨ ମହଲା କୋଠା ବିଶିଷ୍ଟ ଆବାସିକ ଘର, ମୟୂରଭଞ୍ଜର ତଲାନ୍ଦା ଗାଁରେ ଥିବା ତାଙ୍କ ଘର, ମଣିତ୍ରୀ ଗାଁରେ ଥିବା ତାଙ୍କ ସଂପର୍କୀୟଙ୍କ ଘର ଏବଂ ବାରିପଦାରେ ଥିବା ତାଙ୍କ ଅଫିସ୍ ରୁମରେ ଏହି ଚଢ଼ାଉ ହୋଇଛି।