Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେବା ପଡିଲା ଭାରି, ଭିଜିଲାନ୍ସ ଜାଲରେ ତହସିଲଦାର

ପୁଣି ଭିଜିଲାନ୍ସ ଜାଲରେ ଜଣେ ତହସିଲଦାର  ।  ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ କୁମାର ବେହେରାଙ୍କୁ ଧରିଲା ଭିଜିଲାନ୍ସ  ।

ପୁଣି ଭିଜିଲାନ୍ସ ଜାଲରେ ଜଣେ ତହସିଲଦାର  ।  ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ କୁମାର ବେହେରାଙ୍କୁ ଧରିଲା ଭିଜିଲାନ୍ସ  ।

ଘରଡିହ ବିକ୍ରି କରିବା ବେଳେ ସେଲ୍ଡିଡ୍ ଅନୁମତି ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ତରଭା ତହସିଲଦାର ସୁବ୍ରତ କୁମାର ବେହେରା ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା  । ସୂଚନା ପାଇ ଆଜି ଭିଜିଲାନ୍ସ ପକ୍ଷରୁ ଏକ ଟିମ ତାଙ୍କ ସରକାରୀ ବାସଭବନ ଯାଇ ଛକି ରହିଥିଲେ ।  ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ କୁମାର ବେହେରାଙ୍କୁ ଭିଜିଲାନ୍ସ ଧରିଛି  ।   ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି   ।  ପରେ ସୁବର୍ଣ୍ଣପୁର, ବଲାଙ୍ଗିର, ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗର ୪ଜଣ ଡିଏସପିଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ ସାମିଲ ହୋଇଥିଲେ  । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହେବା ପରେ ତହସିଲଦାରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି  ।

Show More

Related Articles

Back to top button