ମନୋରଞ୍ଜନ

ଆଜିଠୁୁ ଷ୍ଟାର ପ୍ଲସରେ ଆରମ୍ଭ ହେଉଛି ଧାରାବାହିକ ବିଦ୍ରୋହୀ

ଆଜିଠୁୁ ଷ୍ଟାର ପ୍ଲସରେ ଆରମ୍ଭ ହେବାକୁ ଯାଉଛି ଧାରାବାହିକ ବିଦ୍ରୋହୀ । ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଓଡ଼ିଆ ପୁଅ ବକ୍ସି ଜଗବନ୍ଧୁ ଏବଂ ପାଇକ ବିଦ୍ରୋହ ଉପରେ ଆଧାରିତ ଏହି ହିନ୍ଦି ଧାରାବାହିକ ସୋମବାରରୁ ଶନିବାର ପ୍ରସାରିତ ହେବ । ଇଂରେଜମାନଙ୍କ କଠୋଇ ଆଇନ ବିରୋଧରେ ପାଇକମାନେ କିପରି ବିଦ୍ରୋହ କରିଥିଲେ ତା’ ଉପରେ ପର୍ଯ୍ୟବେଷିତ ହୋଇଛି ଧାରାବାହିକ ।

ଧାରାବାହିକରେ ପାଇକ ବିଦ୍ରୋହକୁ ଇଂରେଜମାନଙ୍କ ବିରୋଧରେ ପ୍ରଥମ ବିଦ୍ରୋହ ବୋଲି କୁହାଯାଇଛି । ୧୮୧୭ ମସିହା ଇଂରେଜ ଶାସନ ଅମଳରେ ଓଡ଼ିଶାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ବିରୋଧରେ ପାଇକ ବିଦ୍ରୋହର ଗାଥା ଦେଖିବ ସାରା ଦେଶ । ଏହି ଧାରାବାହିକରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଅଭିନୟ କରିଛନ୍ତି ସରଦ ମାଲହୋତ୍ରା । ଦୁଇ ରାଣୀ ସହ ମିଶି ଜଣେ ବିଦ୍ରୋହୀ ସଂଗ୍ରାମୀ ବକ୍ସି ଜଗବନ୍ଧୁ କିପରି ଇଂରେଜମାନଙ୍କ ସହ ଲଢିଥିଲେ ତା’ ଉପରେ ଧାରାବାହିକଟି ପର୍ଯ୍ୟବେଶିତ ହୋଇଛି । ଏହି ସିରିଏଲରେ ବକ୍ସି ଜଗବନ୍ଧୁଙ୍କ ସ୍ତ୍ରୀ ଚରିତ୍ରରେ ନଜର ଆସିବେ ଓଡିଆ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close