ମନୋରଞ୍ଜନ

ଷ୍ଟାରପ୍ଲସରେ ଖୁବ୍ ଶୀଘ୍ର ପ୍ରସାରିତ ହେବ ଧାରାବାହିକ ‘ବିଦ୍ରୋହ’

ଖୁବ୍ ଶୀଘ୍ର ଷ୍ଟାରପ୍ଲସରେ ପ୍ରସାରିତ ହେବାକୁ ଯାଉଛି ଧାରାବାହିକ ‘ବିଦ୍ରୋହ’ । ପାଇକ ବିଦ୍ରୋହର କାହାଣୀକୁ ନେଇ ଆଧାରିତ ଏହି ଧାରାବାହିକରେ ଇଂରେଜଙ୍କ ବିରୁଦ୍ଧରେ ବକ୍ସି ଜଗବନ୍ଧୁ କିଭଳି ଲଢ଼େଇ କରିଥିଲେ ତାହାକୁ ବର୍ଣ୍ଣନା କରାଯାଇଛି । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟ କାଳରେ ବକ୍ସି ଥିଲେ ଜଣେ ଯୋଦ୍ଧା । ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ ବା ପାଇକ ବକ୍ସି ନାମରେ ସେ ଥିଲେ ଜଣାଶୁଣା । ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ବରେ ୧୮୧୭ ମସିହାରେ ଫିରିଙ୍ଗ ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ ।

କଳିଙ୍ଗର ଏହି ଐତିହାସିକ କାହାଣୀକୁ ହିନ୍ଦୀ ଚ୍ୟାନେଲ ଷ୍ଟାରପ୍ଲସରେ ଦେଖିପାରିବେ ଅଗଣିତ ଦର୍ଶକ । ଗାଥା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ଶାହରଦ ମାଲୋହୋତ୍ରା, ହେମାଲ ଇଙ୍ଗ୍‌ଲେ ଓ ସୁଲଗ୍ନା ପାଣିଗ୍ରାହୀ ରହିଛନ୍ତି । ବର୍ତ୍ତମାନ ଧାରାବାହିକର ଟ୍ରେଲର ୟୁଟ୍ୟୁବରେ ଦେଖିବାକୁ ମିଳିଥିବାବେଳେ ଆସନ୍ତା ଅକ୍ଟୋବରରେ ଏହା ମୁକ୍ତିଲାଭ କରିବ।

Show More

Related Articles

Back to top button