Breaking PLUSଦେଶମୁଖ୍ୟ ଖବରରାଜନୀତି

ଉପରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଝାରଖଣ୍ଡ ଗସ୍ତ କରୁଛନ୍ତି ଜଗଦୀପ ଧନଖଡ

ରାଞ୍ଚି-ଉପରାଷ୍ଟ୍ରପତି ହେବା ପରେ ଜଗଦୀପ ଧନଖଡ ପ୍ରଥମ କରି ଝାରଖଣ୍ଡ ଗସ୍ତ କରୁଛନ୍ତି । ରାଜ୍ୟର ଦୁଇଟି ଜିଲ୍ଲା ଜାମସେଦପୁର ଓ ଧାନବାଦରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ଜାମସେଦପୁରର ଏକ୍ସଏଲଆରଆଇ ଓ ଧାନବାଦର ଆଇଆଇଟି-ଆଇଏସଏମର କାର୍ଯ୍ୟକ୍ରମରେ ଯୋଗ ଦେବେ ଉପରାଷ୍ଟ୍ରପତି ।
ଉପରାଷ୍ଟ୍ରପତି ପ୍ରଥମେ ଜାମସେଦପୁରରେ ପହଞ୍ଚିବେ । ସେଠାରେ ସେ ଏକ୍ସଏଲଆରଆଇର ପ୍ଲାଟିନମ ଜୁବୁଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ ଧାନବାଦ ଯିବେ । ସେଠାରେ ସେ ଆଇଆଇଟି-ଆଇଏସଏମର 43ତମ ସମାବର୍ତ୍ତନ ସମାରୋହରେ ସାମିଲ ହେବେ । ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ ।

Show More

Related Articles

Back to top button