ହୃଦଘାତରେ ଆଖି ବୁଜିଲେ ଭେଟରାନ ପ୍ରଯୋଜକ କେ ମୁରଲୀଧରନ

ବେଙ୍ଗାଲୁରୁ: ଆଖି ବୁଜିଲେ ଦକ୍ଷିଣ ଭାରତୀୟ ଫିଲ୍ମର ଭେଟରାନ ପ୍ରଯୋଜକ କେ ମୁରଲୀଧରନ। ହୃଦଘାତ ଯୋଗୁଁ ତାମିଲନାଡୁର କୁମବାକୋନାମ ସ୍ଥିତ ଘରେ ତାଙ୍କର ମୃତ୍ୟୁ ହୋଇଛି। ମୁରଲୀଧରନ ଏକାଧିକ ସାଉଥ ଫିଲ୍ମ ନିର୍ମାଣ କରିଥିବା ବେଳେ ତାମିଲନାଡୁ ପ୍ରଡ୍ୟୁସର କାଉନସିଲର ପୂର୍ବତନ ସଭାପତି।
ବେଶ କିଛି ଦିନ ହେଲା ମୁରଲୀଧରନ ଅସୁସ୍ଥ ଥିଲେ। ତେବେ ରାତି ପ୍ରାୟ ୧.୩୦ରେ ସେ ହାଠାତ୍ ହୃଦଘାତର ଶୀକାର ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କର ଅକାଳ ବିୟୋଗରେ ପୂରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ଶୋକର ଛାୟା ଖେଳିଯାଇଛି।
ଦିବଂଗତ ଭି ବିଶ୍ୱନାଥନ ଓ ଜ ଭେନୁଗୋପାଲଙ୍କ ସହ ମିଶି ମୁରଲୀଧନ ପ୍ରଡକ୍ସନ ହାଉସ ଲକ୍ଷ୍ମୀ ମୁଭି ମେକର୍ସ ଗଠନ କରିଥିଲେ। ଏହି ପ୍ରଡକ୍ସନ ସଂସ୍ଥା ଆନେବ ଶିବମ, ପୁଧୁପେଟ୍ଟାଇ ଓ ବାଗାବାତି ଭଳି ଅନେକ ସୁରପ ହିଟ୍ ଫିଲ୍ମ ସାଉଥ ଦର୍ଶକଙ୍କୁ ଭେଟି ଦେଇଥିଲା।
ତାମିଲ ସିନେମାର ଏକାଧିକ ସୁପରଷ୍ଟାର ତାଙ୍କ ପ୍ରଯୋଜନାରେ କାମ କରିଥିଲେ। କମଲ ହାସନ, ବିଜୟକାନ୍ତ, କାର୍ତ୍ତିକ, ଅଜିତ, ବିଜୟ, ଧନୁଶ ଓ ସିମ୍ବୁଙ୍କ ଭଳି ଷ୍ଟାରଙ୍କୁ ନେଇ ମୁରଲୀଧରନ ଏକାଧିକ ଫିଲ୍ମ ତିଆରି କରିଥିଲେ।
ଶେଷ ଥର ପାଇଁ ମୁରଲୀଧରନଙ୍କ ପ୍ରଡକ୍ସନ ହାଉସ ୨୦୧୫ରେ ସକାଲାକାଲା ଫିଲ୍ମ ତିଆରି କରିଥିଲା। ଏଥିରେ ଜୟାମ ରବି, ତ୍ରିଶା ଓ ଅଞ୍ଜଳୀ ଅଭିନୟ କରିଥିଲେ। ମୁରିଲୀଧରନ ୧୯୯୪ରେ ପ୍ରଯୋଜନା କାମ ଆରମ୍ଭ କରିଥିଲେ। ତାଙ୍କ ପ୍ରଯୋଜନାରେ ରିଲିଜ ହୋଇଥିବା ପ୍ରଥମ ଫିଲ୍ମ ହେଉଛି ଅର୍ଣ୍ଣମାନାଇ କାଭାଲନ। ଏଥିରେ ଶରତ କୁମାର ଅଭିନୟ କରିଥିଲେ।
ତାଙ୍କ ପରଲୋକରେ କମଲ ହାସନ ଠାରୁ ଆରମ୍ଭ କରି ବହୁତ ବଡ଼ବଡ଼ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ତାମିଲନାଡୁ ଫିଲ୍ମ ପ୍ରଡ୍ୟୁସର କାଉନସିଲ ମଧ୍ୟ ସ୍ୱତନ୍ତ୍ର ଭାବେ ମୁରଲୀଧରନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି।