Breaking PLUSଓଡ଼ିଶାମୁଖ୍ୟ ଖବର

ଭିମସାରରେ ଡେଲଟା ଭାରିଆଣ୍ଟ ଚିହ୍ନଟ

ବୁର୍ଲା ଭିମସାରରେ ଡେଲଟା ଭାରିଆଣ୍ଟ ଚିହ୍ନଟ । ଆସିଲା ଜେନମ ସିକ୍ୱେନ୍ସିଂ ରିପୋର୍ଟ । ୨ଜଣଙ୍କର ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଲେ ଭୀମସାର ଡିନ୍ ଜୟଶ୍ରୀ ଦୋରା । ପୂର୍ବରୁ ୫୬ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୧ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ ନମୁନା ସଂଗ୍ରହ କରି ଜେନମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ପଠାଯାଇଥିଲା ।

ବର୍ତ୍ତମାନ ଯେଉଁଭଳି ଭାବେ ସମଗ୍ର ବିଶ୍ୱରେ ଓମିକ୍ରନ ଭାରିଆଣ୍ଟ ବ୍ୟାପିବାରେ ଲାଗିଛି, ତାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତରେ ମଧ୍ୟ ଓମିକ୍ରନ ମାମଲା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ କୋଭିଡ ଆକ୍ରାନ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କ ଜେନମ ସିକ୍ୱେନ୍ସିଂ ପରୀକ୍ଷା ପାଇଁ ଆଇଏଲଏସ ପଠାଯାଇଥିଲା । ତେବେ ନୂତନ ଭାରିଆଣ୍ଟ ଲକ୍ଷଣ ଥିବା ସନ୍ଦେହ କରି ଏହି ସ୍ୱାବ ସଂଗ୍ରହ କରି ପଠାଯାଇଥିଲା । ଏଥିରୁ ଦୁଇଜଣଙ୍କ ଠାରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button