Breaking PLUSଓଡ଼ିଶାବିଧାନସଭା

ବିଧାନସଭାରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ : ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଓଡ଼ିଶା ବିଧାନସଭାରେ ଥମୁନି ମମିତା ଝଡ଼ । ଆଜି ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନରେ ବି ଅଚଳ ରହିଛି ଗୃହ କାର୍ଯ୍ୟ । ଅଧିବେଶନ ଆରମ୍ଭରୁ ହିଁ ଗୃହରେ ମମିତା ଝଡ ଦେଖିବାକୁ ମିଳିଛି । ଆଜିବି ବିରୋଧୀ ମମିତା ହତ୍ୟାକାଣ୍ଡକୁ ମୁଖ୍ୟ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

କଂଗ୍ରେସ ପକ୍ଷରୁ ଗୃହ ଆରମ୍ଭରୁ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରାଯାଇଥିବା ବେଳେ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛି ବିଜେପି । ଘଣ୍ଟ ବଜାଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ମମିତାକୁ ନ୍ୟାୟ ଦେବା ପାଇଁ ଦାବି ଜଣାଇଛି ବିଜେପି ଯାହାକୁ ନେଇ ଆଜି ମଧ୍ୟ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଚଳିତ ବର୍ଷ ଶୀତ ଅଧିବେଶନ ଆରମ୍ଭରୁ ଏଯାଏଁ ୬ ଦିନ ବିତି ଯାଇଥିଲେ ବି ଗୋଟିଏ ଦିନ ବି ସୁରୁଖୁରରେ ଗୃହ କାର୍ଯ୍ୟ ଚାଲିପାରିନି । ଗୃହ କାର୍ଯ୍ୟ ସ୍ୱଭାବିକ ଭାବରେ ଚାଲିବା ପାଇଁ ଗତ କାଲି ବାଚସ୍ପତିଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲେ ବି ଆଜି ତାହା ଫେଲ ମାରିଥିବା ଦେଖିବାକୁ ମିଳିଛି ।

ତେବେ ଆଜି କେବଳ ବିରୋଧୀ ବିଜେପି କିମ୍ବା କଂଗ୍ରେସ ନୁହେଁ ଶାସକ ଦଳ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ମଝିରେ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି ଯାହାକୁ ନେଇ ଷଷ୍ଠ ଦିନରେ ଆରମ୍ଭରୁ ଗୃହ ମୁଲତବୀ ଘୋଷଣା ହୋଇଛି ।

Show More

Related Articles

Back to top button