ଦେଶ ବିଦେଶ

ବାସ୍ତୁଶାସ୍ତ୍ର ଅନୁସାରେ ଏହିସବୁ ସ୍ଥାନରେ ଜୋତା ଚପଲ ପିନ୍ଧି ଯିବା ଦ୍ବାରା ହୋଇଥାଏ ଅଶୁଭ

ବେଳେ ବେଳେ ଆମେ ଭୁଲ ବଶତଃ ଏପରି କିଛି କାର୍ଯ୍ୟ କରିଥାଉ ଯାହା ଆମ ଜୀବନ ଉପରେ ପ୍ରଭାବ ପକାଇ ଥାଏ । କୁହାଯାଏ ଯେ ଘରେ ବସ୍ତୁଦଷଥିଲେ ଆର୍ଥିକ ସମସ୍ୟା ,ସ୍ବାସ୍ଥ୍ୟ ସମସ୍ୟା ସହିତ ପାରିବାରିକ କଳହ ର ସାମ୍ନା କରିବାକୁ ପଡ଼ିଥା

ଅଧିକାଂଶ ସମୟରେ ଆମେ ଜୋତା ଓ ଚପଲ ର ବ୍ୟବହାର ଏଭଳି ସ୍ଥାନରେ କରିଥାଉ ଯାହା ଦ୍ବାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।ଆସନ୍ତୁ ଜାଣିବା ସେହି ବିଷୟରେ ।
* ବାସ୍ତୁଶାସ୍ତ୍ର ଅନୁସାରେ ଭଣ୍ଡାର ଘରେ ଜୋତା ଚପଲ ରହିବା କିମ୍ବା ପିନ୍ଧିବା ଉଚିତ୍ ନୁହେଁ । ଏହି କଥାକୁ ଧ୍ୟାନ ରଖିବା ଦ୍ବାରା ଘରେ କେବେବି ଖାଦ୍ୟର ଅଭାବ ହୁଏ ନାହିଁ।
* ଆପଣ ଯେତେବେଳେ ନିଜ ଘର ଅଲ୍ମୀର ଖୋଲିଛନ୍ତି ସେତେବେଳେ ଜୋତା ଚପଲ ପିନ୍ଧି ଖୋଲିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି।

* ବାସ୍ତୁଶାସ୍ତ୍ର ଅନୁସାରେ ପବିତ୍ର ନଦୀ କୂଳ କୁ ଜୋତା ଚପଲ ପିନ୍ଧି ଯିବା ଉଚିତ୍ ନୁହେଁ ।ନଦୀରେ ସ୍ନାନ କରିବା ପୂର୍ବରୁ ଜୋତା ଚପଲ ବାହାର କରିଦେବା ଆବଶ୍ୟକ ।କୁହାଯାଏ ଯେ ଏଭଳି କରିବା ଦ୍ୱାରା ଘରେ ସୁଖଶାନ୍ତି ରହିଥାଏ ।
ହିନ୍ଦୁ ଧର୍ମରେ ମନ୍ଦିରକୁ ଭଗଵାନ ଙ୍କ ଘର କୁହାଯାଏ । ଯଦି ଆପଣ ମନ୍ଦିରକୁ ଜୋତା ଚପଲ ନେଇ ଯାଉଛନ୍ତି ତେବେ ମନ୍ଦିର ସାମ୍ନାରେ ରଖନ୍ତୁ ନାହିଁ । ଏପରି କରିବା ଦ୍ବାରା ଈଶ୍ବରଙ୍କ ଖରାପ ଦୃଷ୍ଟି ପଡ଼ିଥାଏ ।
* କେବେବି ଘର ସାମ୍ନାରେ ଜୋତା ଚପଲ ଗଦେଈ ରଖିବା ଉଚିତ୍ ନୁହେଁ । ସବୁବେଳେ ଗୋଟିଏ ପାଖରେ ସଜାଇ ରଖିବା ଆବଶ୍ୟକ । ଘର ଆଗରେ ଜୋତା ଚପଲ ରଖିବା ଦ୍ବାରା ସକାରାତ୍ମକ ଶକ୍ତି ଆସିବାରେ ବାଧା ସୃଷ୍ଟି ହୋଇଥାଏ ।

Show More

Related Articles

Back to top button