ସ୍ୱାସ୍ଥ୍ୟ

ରୋଷେଇ ଘରେ ନିଶ୍ଚିନ୍ତ ରଖନ୍ତୁ ଏହି ୫ଟି ଇମ୍ୟୁନିଟି ବୁଷ୍ଟର ଜିନିଷ

କରୋନା ସମୟରେ ମିଳିବ ଲାଭ

ବର୍ତ୍ତମାନ ସାରା ଭାରତରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି l ଏହି ସମୟରେ ସୁରକ୍ଷା ଗ୍ରହଣ କରିବା ସହିତ ନିଜର ଇମ୍ୟୁନିଟି ମଧ୍ୟ ବଢାଇବା ଆବଶ୍ୟକ ବୋଲି ଗବେଷକ ମାନେ ମତ ଦେଉଛନ୍ତି l କରୋନା ର ମୁକାବିଲା ପାଇଁ ମଜବୁତ ଇମ୍ୟୁନିଟିର ଖୁବ ମହତ୍ଵପୂର୍ଣ୍ଣ ଭୂମିକା ରହିଛି l ଆପଣଙ୍କ ଇମ୍ୟୁନିଟି ବଢିବା ପାଇଁ କୌଣସି ଔଷଧ ଖାଇବା ଆବଶ୍ୟକ ନାହିଁ ଏଥିପାଇଁ ଆପଣ ରୋଷେଇ ଘରେ ଥିବା କିଛିଟା ଜିନିଷ ଦ୍ୱାରା ନିଜର ଇମ୍ୟୁନିଟିକୁ ଠିକ ରଖି ପାରିବେ l

* ଅଦା – ଅଦାରେ ଥିବା ଥର୍ମୋଜେନିକ ର ପ୍ରଭାବ ଆମ ଶରୀରକୁ ଅଧିକ ଥଣ୍ଡାରେ ମଧ୍ୟ ଗରମ ପ୍ରଦାନ କରିଥାଏ l ଏହା ଆମ ଶରୀରକୁ ରୋଗ ଠାରୁ ଦୁରେଇ ରଖି ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ l

* ପାଳଙ୍ଗ – ପାଳଙ୍ଗ ରେ ଭିଟାମିନ ସି ଓ ଏ ଭରପୁର ମାତ୍ରାରେ ରହିଛି l ଯାହା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ l ଯାହା ଆମକୁ ବର୍ତମାନ ସମୟରେ ନିହାତି ଆବଶ୍ୟକ l

* ହଳଦୀ – ଆମେ ନିଜ ଜେଜେମା ଓ ଆଈ ଙ୍କ ନିକଟରୁ ଗୁଣକାରୀ ହଳଦୀ ବିଷୟରେ ଶୁଣିଛୁ l ହଳଦୀରେ କ୍ୟୁକିନ ର ମାତ୍ର ରହିଛି ,ଯାହା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ l ତେଣୁ ଆପଣ ଏହି ସମୟରେ ଉଷୁମ ଉଷୁମ ହଳଦୀ ପାଣି ପିଇବା ଆବଶ୍ୟକ l

* ଲେମ୍ବୁ – ଲେମ୍ବୁ ରେ ପ୍ରଚୁର ପରିମାଣରେ ଏଲକାଇନ ମାତ୍ରା ରହିଥାଏ l ଯାହାଦ୍ୱାରା ଆମର ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ l

* କନ୍ଦମୂଳ – କନ୍ଦମୂଳ ରେ କାର୍ବୋହାଇଡ୍ରେଟ ର ପ୍ରଚୁର ମାତ୍ରା ରହିଥାଏ l ଏଥିରେ ଫାଇବର ମଧ୍ୟ ରହିଛି ଯାହା ପେଟକୁ ସୁସ୍ଥ ରଖିଥାଏ l ବିଶେଷ କରି କନ୍ଦମୂଳ ରେ ବିଟା କେରୋଟିନ ରହିଛି ,ଯାହା ଶରୀରକୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ l

Show More

Related Articles

Back to top button