ଜୀବନଚର୍ଯ୍ୟା

ବସ୍ତୁ ଅନୁସାରେ ବସ୍ତ୍ର ପରିଧାନ କରନ୍ତୁ

ଶନି ଦୋଷ ଦୂର ହେବ

ଶନିବାର ଦିନ କିଛିଟା ଏହିପରି ଉପାୟ ଅବଲମ୍ବନ କଲେ ଘରେ ସୁଖ ଶାନ୍ତି ବଜାଇ ରହିଥାଏ l ଯାହା ଆମ ବାସ୍ତୁଶାସ୍ତ୍ର ସହିତ ଯୋଡ଼ା ଯାଇଛି l ବାସ୍ତୁକାର ମନେ ଏପରି କିଛି ତଥ୍ୟକୁ ଦେଇ ଆମ ଜୀବନକୁ ସଜାଗ କରିଦେଇଥାନ୍ତି l ଯାହାଦ୍ୱାରା ଆମେ ନିଜର ଜୀବନ ଶୈଳୀକୁ ପରିବର୍ତନ କରି ସୁଖରେ ରହିଥାଉ l ସେହିଭଳି କପଡା କିଣିବାକୁ ନେଇ ଓ କିପରି କପଡା ପିନ୍ଧିବା ଆବଶ୍ୟକ ତାହା ମଧ୍ୟ ବାସ୍ତୁଶାସ୍ତ୍ରରେ ଦର୍ଶ ଯାଇଛି l

ଶନିବାର ଦିନ କିଛିଟା ମାନିବ ବିଦ୍ଧି -ଶନିବାର ଦିନ ଯଦି ଆପଣ ନୂଆ ପୋଷାକ କିଣିବାକୁ ଚାହୁଁଛନ୍ତି ତେବେ କପଡା କିଣି ସାରିବା ପରେ ତାହାକୁ ଘରକୁ ଆଣିବା ପୂର୍ବରୁ ବାହାରେ କିଛି ସମୟ ପାଇଁ ରଖନ୍ତୁ ଏବଂ ତା ଉପରେ କିଛି ପାଣି ଛିଞ୍ଚି ଦିଅନ୍ତୁ l ତା ପରେ ଏହି କାପଡ଼ାକୁ ଘର ଭିତରକୁ ଆଣନ୍ତୁ l ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ବୁଧବାର ଓ ଶୁକ୍ରବାର ଦିନଟି ନୂଆ ବସ୍ତ୍ର କିଣିବାର ଶୁଭ ଦିନ l ନଚେତ ଆପଣ ଶନିବାର ଦିନ ନିଜ ପିନ କଳା ଚମଡା ଜୋତା ଓ କଳା ରଙ୍ଗର ପର୍ସ କିଣି ଘରକୁ ଆଣନ୍ତୁ l

ଫଟା ଓ ପୋଡାଜଳା କପଡା ପିନ୍ଧିବା ଉଚିତ ନୁହେଁ – ଶନିବାର ଦିନ ଫଟା କିମ୍ବା ପୋଡା ଲୁଗା ପିନ୍ଧିବା ଉଚିତ ନୁହେଁ , କାରଣ ଏହା ବାସ୍ତୁଶାସ୍ତ୍ର ଅନୁସାରେ ଅଶୁଭ ଅଟେ l ଆମ ଭିତରେ ଅଧିକାଂଶ ଲୋକ ଏପରି ଅଛନ୍ତି ଯେ ଯେଉଁମାନେ ସାମାନ୍ୟ ଚିରା କପଡ଼ାକୁ ମଧ୍ୟ ପିନ୍ଧିଥାନ୍ତି l କିନ୍ତୁ ଏହାକୁ ପିଣ୍ଡିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ l ତା ସହିତ ଲକ୍ଷ୍ମୀ ମଧ୍ୟ ଘରୁ ଦୁରେଇ ଯାଆନ୍ତି l

ପୋଷାକର କେଉଁ ରଙ୍ଗ ହୋଇଥାଏ ଶୁଭ -ବାସ୍ତୁଶାସ୍ତ୍ର ଅନୁସାରେ ପୋଷାକର ରଙ୍ଗ ମଧ୍ୟ ଅନେକ ମହତ୍ୱ ରଖିଥାଏ l ଖାସ କରି ଯଦି ଆପଣ ନକରତ୍ମକ ଭାବନା ରଖୁଛନ୍ତି କିମ୍ବା ଆପଣଙ୍କ ମନ ଅଧିକାଂଶ ସମୟ ଆସନ୍ତା ରହୁଛି ତେବେ ଆପଣ କପଡାର ରଙ୍ଗ ପ୍ରତି ଧ୍ୟାନ ଦିଅନ୍ତୁ ,ଏହି ପରି ସ୍ଥଳେ ଧଳା ରଙ୍ଗର ପୋଷାକ ପରିଧାନ କରନ୍ତୁ l ଯଦି ଆପଣଙ୍କର କୌଣସି କାମ ହେବାକୁ ଯାଇ ବିଗିଡି ଯାଉଛି ତେବେ ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ l ବାସ୍ତୁଶାସ୍ତ୍ରରେ ଧଳା ରଙ୍ଗର କପଡାର ସମ୍ପର୍କ ଶୁକ୍ର ଗ୍ରହ ସହିତ ରହିଛି ଓ ହଳଦିଆ ରଙ୍ଗର ସମ୍ପର୍କ ଗୁରୁ ଗ୍ରହ ସାହିତ ରହିଛି l ଏହି ଦୁଇଟି ଗ୍ରହ ବାସ୍ତୁଶାସ୍ତ୍ରରେ ଶୁଭ ଅଟନ୍ତି l

ସଫା କପଡା ପିନ୍ଧିବା ଆବଶ୍ୟକ -ଅଧିକାଂଶ ଲୋକଙ୍କର ଅଭ୍ୟାସ ରହିଛି ଗୋଟିଏ ପୋଷାକକୁ ଅନେକ ଦିନଧରି ପିନ୍ଧିବା l କିନ୍ତୁ ବାସ୍ତୁ ହିସାବରେ ଏହା ଅଶୁଭ ଅଟେ l ଆପଣ ସଫା ପୋଷାକ ପିନ୍ଧିବା ଦ୍ୱାରା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ l କାରଣ କୁହାଯାଇଛି ଆଚାରେ ବସତି ଲକ୍ଷ୍ମୀ ,ଏହାର ଅର୍ଥ ଆମେ ଯଦି ଠିକ ଆଚରଣ ଦ୍ୱାରା ନିଜକୁ ରଖି ପାରିବ ତେବେ ଆମ ସହିତ ଲକ୍ଷ୍ମୀଙ୍କର ବାସ ହେବ l

Show More

Related Articles

Back to top button