Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଶେଷ ହୋଇଗଲାଣି ଟିକା, ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ

ରାଜ୍ୟରେ ଆଜି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି । ୩୦୨ଟି କେନ୍ଦ୍ରରେ ଟିକାକରଣ କରାଯିବାକୁ ଯୋଜନା ଥିବାବେଳେ ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ପୁରୀ ଜିଲାରେ ଟିକାକରଣ ବନ୍ଦ ରହିବ।

ରାଜ୍ୟରେ ଆଜି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି । ୩୦୨ଟି କେନ୍ଦ୍ରରେ ଟିକାକରଣ କରାଯିବାକୁ ଯୋଜନା ଥିବାବେଳେ ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ପୁରୀ ଜିଲାରେ ଟିକାକରଣ ବନ୍ଦ ରହିବ। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲାରେ ଟିକାକରଣ ବନ୍ଦ ହେବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ୱର ଅଞ୍ଚଳରେ କିନ୍ତୁ ଟିକାକରଣ ଚାଲିବ ବୋଲି ସୂଚନା ଦିଆଯାଇଛି।

ସୂଚନା ଯେ, ତେବେ ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଦୈନିକ ଟିକାକରଣ ୨ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ବୁଧବାର ଟିକାକରଣ ୫୦ ହଜାର ବି ଛୁଇଁ ପାରିନି। ବୁଧବାର ସୁଦ୍ଧା ରାଜ୍ୟରେ ଟିକାକରଣ ୫୭ ଲକ୍ଷ ୪୮ ହଜାର ୭୬୯ରେ ପହଞ୍ଚିଛି। ୪୬୯ଟି କେନ୍ଦ୍ରରେ ୪୩ ହଜାର ୮୫୩ ହିତାଧିକାରୀଙ୍କୁ ଟିକା ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ ୨୨ ହଜାର ୪୭୫ ଜଣ ୪୫ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ପ୍ରଥମ ଡୋଜ ଟିକା ଓ ୧୮ ହଜାର ୪୬୪ ଜଣଙ୍କୁ ଦ୍ଵିତୀୟ ଡୋଜ ଟିକା ପ୍ରଦାନ କରାଯାଇଛି। ସେହିପରି ଅନ୍ୟ ହିତାଧିକାରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧା ଅଛନ୍ତି। ମଙ୍ଗଳବାର ରାତି ୮ଟା ସୁଦ୍ଧା ରାଜ୍ୟ ସରକାରଙ୍କ ନିକଟରେ ୧ ଲକ୍ଷ ୧୯ହଜାର ୨୨୦ କୋଭିସିଲ୍ଡ ଟିକା ଓ ୩ ଲକ୍ଷ ୪୬ ହଜାର ୪୪୦ କୋଭାକ୍ସିନ ଟିକା ରହିଥିଲା।

Show More

Related Articles

Back to top button