Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଥମୁନି କରୋନା ମୃତ୍ୟୁ, ଗତ ୨୪ ଘଣ୍ଟାରେ ୧୨ ଜଣଙ୍କ ଜୀବନ ନେଲା କରୋନା

କରୋନାରେ ମୃତ୍ୟୁ ଥମୁନି । ସଂକ୍ରମଣ ଭଳି ରାଜ୍ୟରେ କରୋନାରେ ଲୋକ ଆଖି ବୁଜୁଛନ୍ତି । ଗତ ୨୪ ଘଣ୍ଟାରେ ୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ସଂକ୍ରମଣ ଭଳି କୋଭିଡ୍ ମୃତ୍ୟୁରେ ବି ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ଏଯାବତ୍ ୨ ହଜାର ୨୯ ଜଣଙ୍କ ଜୀବନ ନେଇଛି କରୋନା ।

ଅନୁଗୁଳରୁ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ଜଣେ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ପୁରୀରୁ ୨ ଜଣ, ରାୟଗଡ଼ାରୁ ୨ ଜଣ ଏବଂ ସୁନ୍ଦରଗଡ଼ରୁ ଜଣେ କୋଭିଡ୍ ଆକ୍ରାନ୍ତ ଆଖି ବୁଜିଛନ୍ତି । ୪ ମୃତ୍ୟୁ ସହ ଖୋର୍ଦ୍ଧା ଜିଲ୍ଲାରେ ମୋଟ କରୋନା ମୃତ୍ୟୁ ୩୫୬କୁ ବୃଦ୍ଧି ପାଇଛି ।

ସେହିଭଳି ପୁରୀରେ ମୋଟ କୋଭିଡ୍ ମୃତ୍ୟୁ ୧୨୫କୁ ବୃଦ୍ଧି ପାଇଥିବା ବେଳେ ରାୟଗଡ଼ାରେ ୫୭କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ରେ କୋଭିଡରେ ଏଯାବତ୍ ୧୮୭ ଜଣଙ୍କ ଜୀବନ ଯାଇଛି । କେନ୍ଦୁଝରରେ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରେ ୧୪୬ ଏବଂ ଅନୁଗୁଳରେ ୩୮ ଜଣଙ୍କ ଜୀବନ ନେଲାଣି କରୋନା ।

Show More

Related Articles

Back to top button