Breaking PLUSଓଡ଼ିଶାମୁଖ୍ୟ ଖବର

ଟିକା ଅଭାବ ଯୋଗୁ ଆଜି ରାଜ୍ୟରେ ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

ଟିକା ଅଭାବ ଯୋଗୁ ଆଜି ରାଜ୍ୟରେ ୧୬ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ । ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ସୁନ୍ଦରଗଡ଼ । ଆବଶ୍ୟକ ଅନୁସାରେ କୋଭିସିଲ୍ଡ ଟିକା ନଥିବାରୁ ଟିକାକରଣ ବନ୍ଦ ରଖିଛନ୍ତି ସରକାର ।

ଆଜି ମାତ୍ର ୧୧୪ କେନ୍ଦ୍ରରେ ଚାଲିଛି ଟିକାକରଣ । ରାଜ୍ୟରେ ମୋଟ ୧୬୧୩ଟି କେନ୍ଦ୍ର ରହିଛି । ସେଥିରୁ ୧୪୯୯ ଟିକା କେନ୍ଦ୍ରରେ ବନ୍ଦ ରହିଛି ଟିକାକରଣ । ଗତକାଲି ସୁଦ୍ଧା ରାଜ୍ୟରେ ୧୯ହଜାର ୫୨୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ରହିଛି । ସେହିପରି ୩ ଲକ୍ଷ ୨୪ ହଜାର ୯୧୦ ଡୋଜ୍ କୋଭାକ୍ସିନ ରହିଛି ।

ଜୁନ ମାସ କୋଟା ଅନୁସାରେ ୪ଲକ୍ଷ ୩୧ହଜାର ୧୩୦ ଡୋଜ କୋଭାକ୍ସିନ ଟିକା ରାଜ୍ୟକୁ ଆସିବା କଥା । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ହଜାର ୮୫୦ ଡୋଜ ଆସିଛି ।

Show More

Related Articles

Back to top button