ଓଡ଼ିଶା

ରାଜ୍ୟରେ ବସ୍ ଚଳାଚଳ ପାଇଁ ଆସିବ ଗାଇଡ୍‌ଲାଇନ୍

୨୦ ଜିଲ୍ଲାରେ ଚାଲିବା ନେଇ ମିଳିଛି ଅନୁମତି

ରାଜ୍ୟରେ ଜୁଲାଇ ମାସର ଗାଇଡ୍ ଲାଇନ୍ କିଛି କଟକଣାକୁ କୋହଳ କରାଯାଇଛି । ୩୦ଟି ଜିଲ୍ଲାକୁ ୨ଟି କାଟେଗୋରୀରେ ବିଭକ୍ତ କରାଯାଇଛି । ଏ- କାଟେଗୋରୀରେ ୨୦ ଜିଲ୍ଲା ରହିଥିବା ବେଳେ ସଂକ୍ରମଣ ୫ ପ୍ରତିଶରୁ ଅଧିକ ଥିବା ୧୦ ଜିଲ୍ଲା ରହିଛି । ଏ- କାଟେଗୋରୀର ୨୦ଟି ଜିଲ୍ଲା ଭିତରେ ବସ୍ ଚଳାଚଳ କରିବା ନେଇ ଅନୁମତି ମିଳିଛି । ତେବେ ବସ୍ ଚଳାଚଳକୁ ଅନୁମତି ମିଳିବା ପରେ ବସ୍ ଚଳାଚଳ ପାଇଁ ଗାଇଡ୍ ଲାଇନ୍ ଆସିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।ସେ କହିଛନ୍ତି ୨୦ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଗାଇଡ୍ ଲାଇନ୍ ଆସିବ ।

ପରିବହନ ବିଭାଗ ତରଫରୁ ଆରଟିଓ ଏବଂ ବସ୍ ସଂଘଗୁଡିକୁ ଗାଇଡ୍ ଲାଇନ୍ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବସ୍‌ ରେ ସିଟ୍ କ୍ଷମତା ଅନୁଯାୟୀ ଲୋକ ବସିବେ । ସେହିଭଳି ଯାତ୍ରୀ ଏବଂ ବସ୍ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ବସକୁ ପ୍ରତ୍ୟେକ ଦିନ ସାନିଟାଇଜ୍ କରାଯିବ ।ସେପଟେ ବି- କାଟେଗୋରୀରେ ଥିବା ଜିଲ୍ଲାଗୁଡିକରେ କୌଣସି ବସ୍ ଚଳାଚଳ କରିପାରିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button