Breaking PLUSଦେଶ ବିଦେଶମୁଖ୍ୟ ଖବର

ତୁର୍କୀ, ଚୀନ ଓ ୟୁଏଇ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ୱାଶିଂଟନ- ୟୁକ୍ରେନ ବିରୁଦ୍ଧ ଯୁଦ୍ଧରେ ଋଷର ସହାୟତା ରୋକିବା ନିମନ୍ତେ ଆମେରିକା ତୁର୍କୀ, ଚୀନ ଓ ୟୁଏଇର 130 କମ୍ପାନୀ ଓ ଲୋକଙ୍କ ଉପରେ ଗୁରୁବାର ପ୍ରତିବନ୍ଧକ ଲଗାଇଛି ।
ଆମେରିକା ଅର୍ଥ ମନ୍ତ୍ରାଳୟର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ତୁର୍କୀ ନାଗରିକ ବର୍କ ତୁର୍କୀନ ଓ ତାଙ୍କର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ବର୍କଙ୍କର ଋଷୀୟ ଗୁପ୍ତଚର ବିଭାଗ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଛି । ଏହାବ୍ୟତୀତ ଚୀନ ଓ ଆରବ ଏମିରେଟ୍ସର ଅନେକ କମ୍ପାନୀ ତଥା ବିମାନ ଉପକରଣ ଓ ମେସିନ ଆଦି ଉପକରଣ ପଠାଉଥିବା ଅଭିଯୋଗ ହୋଇଛି । ତେଣୁ ଏମାନଙ୍କ ବିରୁଦ୍ଧରେ ପ୍ରତିବନ୍ଧକ ଲଗାଇଛି ଆମେରିକା ।

Show More

Related Articles

Back to top button