Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାରେ ରେସ୍ତୁରାଁ ବାହାରେ ଫୁଟିଲା ଗୁଳି, 8ଗୁରୁତର

ଶିକାଗୋ/0910- ଆମେରିକାର ଶିକାଗୋ ରିଭର ନର୍ଥ ଅଞ୍ଚଳରେ ଥିବା ବ୍ଲମ ରେସ୍ତୁରାଁ ବାହାରେ ଫୁଟିଲା ଗୁଳି । ରବିବାର ଭୋରରୁ ହୋଇଥିବା ଗୁଳିକାଣ୍ଡରେ 8ଜଣ ଲୋକ ଆହତ ହୋଇଛନ୍ତି । ଶିକାଗୋ ପୋଲିସ ପକ୍ଷରୁ କୁହାଯାଇଛି ଯେ, ୱେଷ୍ଟ ଏରି ଷ୍ଟ୍ରିଟର ବ୍ଲକ 300ରେ ଭୋର ପ୍ରାୟ 2.40ରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ 8ଜଣ ଲୋକେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 5ଜଣ ଆହତଙ୍କୁ ଚିକିତ୍ସା ପାଇଁ ୱେଷ୍ଟର୍ଣ୍ଣ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟ ତିନିଜଣ ଆହତଙ୍କୁ ଚିକିତ୍ସା ପାଇଁ ଷ୍ଟ୍ରୋଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ମହିଳା । ଦୀର୍ଘଦିନ ହେବ ସ୍ଥାନୀୟ ଲୋକେ ଏହି ରେସ୍ତୁରାଁ ଓ ବାରକୁ ବନ୍ଦ କରିବାକୁ ଦାବି କରିଆସୁଛନ୍ତି ।

Show More

Related Articles

Back to top button