Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାର ପ୍ରସିଦ୍ଧ ଅଭିନେତା ରୟାନ ଓ’ ନିଲଙ୍କ ବିୟୋଗ

ଲସଆଞ୍ଜେଲସ, 9 ଡିସେମ୍ବର – ଆମେରିକାର ପ୍ରସିଦ୍ଧ ଅଭିନେତା ରୟାନ ଓ ନିଲଙ୍କ 82 ବର୍ଷ ବୟସରେ ବିୟୋଗ ହୋଇଯାଇଛି । ସତୁରି ଦଶକର ହଲିଉଡର ହାର୍ଟଥ୍ରୋବ ଭାବରେ ଜଣାଶୁଣା ରିୟାନ୍, ଲଭ୍ ଷ୍ଟୋରୀ, ହ୍ୱାଟ୍ସ ଆପ୍, ଡକ୍ଟର ଏବଂ ପେପର ମୁନ୍ ପରି ଚଳଚ୍ଚିତ୍ରରେ ଦମଦାର ଅଭିନୟ କରିଥିଲେ ।
ଦ ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ତାଙ୍କ ପୁଅ ପାଟ୍ରିକ୍ ଓ’ନିଲ ତାଙ୍କ ପିତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ଏହି ପୋଷ୍ଟରେ ମୃତ୍ୟୁର କାରଣ ଉଲ୍ଲେଖ କରାଯାଇ ନାହିଁ କିମ୍ବା କେଉଁଠାରେ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ କରାଯାଇ ନାହିଁ। ଲଭ୍ ଷ୍ଟୋରୀ ସହିତ ରିଆନ୍ ଓ’ନାଲ୍ ରାତାରାତି ଚଳଚ୍ଚିତ୍ର ତାରକା ହୋଇଥିଲେ । ଏହି ଚଳଚ୍ଚିତ୍ରଟି ସେହି ସମୟର ସର୍ବାଧିକ ଆୟକାରୀ ଫିଲ୍ମ ଥିଲା ।

Show More

Related Articles

Back to top button