Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

‘ନୋବେଲ ଶାନ୍ତି’ ପୁରସ୍କାର ପାଇଁ ଟ୍ରମ୍ପ ମନୋନୀତ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଇସ୍ରାଏଲ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିରେ ଟ୍ରମ୍ପ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହି ପୁରସ୍କାର ପାଇଁ ଟ୍ରମ୍ପ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ଟାଇବ୍ରିଙ୍ଗ-ଗେଜେଡେ ଉତ୍ତର କୋରିଆ ସହ କୂଟନୈତିକ ଉଦ୍ୟମ ପାଇଁ ଟ୍ରମ୍ପଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରିଥିଲେ। ଗତ ବର୍ଷ ଟ୍ରମ୍ପ କହିଥିଲେ ଯେ ଉତ୍ତର କୋରିଆ ଏବଂ ସିରିଆ ଉପରେ କାର୍ଯ୍ୟ କରିଥିବାରୁ ତାଙ୍କୁ ଶାନ୍ତି ପୁରସ୍କାର ମିଳିବା ଦରକାର। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୨୦୦୯ ମସିହାରେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଏହି ପୁରସ୍କାର ଜିତିଥିଲେ।

Show More

Related Articles

Back to top button