ଓଡ଼ିଶା

ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର

ରାଜ୍ୟରେ ବର୍ଷା କମିଛି । କିନ୍ତୁ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳସ୍ତର ବଢ଼ିଛି । ଜଳସ୍ତର ୬୨୯ ଫୁଟ ଟପିଯାଇଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୪୨ ହଜାର ୯୩୦ କ୍ୟୁସେକ ପାଣି ପ୍ରବେଶ କରୁଛି ।

୧୨ଟି ଗେଟ୍‌ ଖୋଲା ଯାଇ ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨,୨୫,୫୨୧ କ୍ୟୁସେକ ପାଣି ଛଡ଼ାଯାଉଛି । ସେହିପରି ଉତ୍ତର ଓଡ଼ିଶା ସହ ଝାଡ଼ଖଣ୍ଡରେ ଅଧିକ ବର୍ଷା ଯୋଗୁ ବାଲେଶ୍ୱରରେ ବନ୍ୟା ସ୍ଥିତି ଉପୁଜିଛି । ଜଳକା ଜଳସ୍ତର ସାମାନ୍ୟ କମିଥିଲେ ବି ବିପଦ ସଙ୍କେତ ଉପରେ ଅଛି । ସନ୍ଧ୍ୟା ୬ଟାବେଳେ ଜଳସ୍ତର ୬.୫୧ ମିଟର ଥିଲା । ବିପଦ ସଙ୍କେତ ସ୍ତର ୫.୫୦ ମିଟର । ଅନେକ ଅଞ୍ଚଳକୁ ଜଳମଗ୍ନ କରିଛି ଜଳକା ।

ବୈତରଣୀ ବିପଦ ସଙ୍କେତ ଡେଇଁଯାଇଛି । ଆଖୁଆପଦାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ଥିବାବେଳେ ଏଠାରେ ଜଳସ୍ତର ୧୮.୦୫ ମିଟର ଥିଲା ସନ୍ଧ୍ୟା ୬ଟାବେଳେ । ସୁବର୍ଣ୍ଣରେଖା ଜଳସ୍ତର ଜାମଶୋଳାଘାଟରେ ବିପଦ ସଙ୍କେତ ଉପରେ ରହିଛି । ରାଜଘାଟରେ ଜଳସ୍ତର ସତର୍କ ସଙ୍କେତ ତଳକୁ ଖସିଛି । ସନ୍ଧ୍ୟାରେ ଜଳସ୍ତର ୮.୯୮ ମିଟର ଥିଲା ।

Show More

Related Articles

Back to top button