Breaking PLUSଦେଶ ବିଦେଶମୁଖ୍ୟ ଖବର

ବହୁଚର୍ଚ୍ଚିତ ହାଥ୍ରାସ ଗଣ ବଳାତ୍କାର ମାମଲା, ମୃତ୍ୟୁ ପରେ ମନେପଡିଲା ତଦନ୍ତ

ବହୁଚର୍ଚ୍ଚିତ ହାଥ୍ରାସ ଗଣ ବଳାତ୍କାର ମାମଲାରେ ପୀଡିତାଙ୍କ ମୃତ୍ୟୁ ପରେ ଏବେ ଉତ୍ତରପ୍ରଦେଶ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଏସଆଇଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି

ବହୁଚର୍ଚ୍ଚିତ ହାଥ୍ରାସ ଗଣ ବଳାତ୍କାର ମାମଲାରେ ପୀଡିତାଙ୍କ ମୃତ୍ୟୁ ପରେ ଏବେ ଉତ୍ତରପ୍ରଦେଶ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଏସଆଇଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବୁଧବାର ଟୁଇଟ୍ କରି କୁହାଯାଇଛି ଯେ ହାଥ୍ରାସ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନିଜଣିଆ ଏସଆଇଟି ଗଠନ କରିଛନ୍ତି । ଗଠିତ ଏସଆଇଟିରେ ଗୃହ ସଚିବ ଭଗବାନ୍ ସ୍ୱରୂପ ଅଧ୍ୟକ୍ଷତାରେ ଏହି ମାମଲାର ତଦନ୍ତ କରାଯିବ । ଏହା ସହିତ ଡେପୁଟି ପୋଲିସ ଇନ୍ସପେକ୍ଟର ଜେନେରାଲ୍ ଚନ୍ଦ୍ରପ୍ରକାଶ ଏବଂ କମାଣ୍ଡାଣ୍ଟ ପିଏସି ଆଗ୍ରା ପୁନମ୍ ଙ୍କୁ ମଧ୍ୟ ଏହି ଏସଆଇଟି ଦଳରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ଯେ ଏହି ଏସଆଇଟି 7 ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବ।

ପ୍ରବଳ ଉଚତ୍ତେଜନା ମଧ୍ୟରେ ପୀଡିତାଙ୍କ ମୃତଦେହକୁ ମଙ୍ଗଳବାର ବିଳମ୍ବିତ ରାତିରେ ସଂସ୍କାର କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୀଡିତାଙ୍କ ପରିବାର ସଦସ୍ୟଙ୍କ ବିନା ବିଳମ୍ୱିତ ରାତି ପ୍ରାୟ 2.45 ରେ ସଂସ୍କାର କରାଯାଇଥିଲା ।

ସୂଚନାଯୋଗ୍ୟ ଯେ ପ୍ରାୟ 15 ଦିନ ଧରି ଗୁରୁତର ଅବସ୍ଥାରେ ଜୀବନ ଏବଂ ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ଗତକାଲି ଅର୍ଥାତ ମଙ୍ଗଳବାର ଦିନ ସକାଳେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପୀଡିତାଙ୍କ ମୃତ୍ୟୁ ଘଟିଛି ।

Show More

Related Articles

Back to top button