Breaking PLUSଦେଶମୁଖ୍ୟ ଖବର

ଉଦୟପୁରରେ ବନ୍ଦେ ଭାରତର ଟ୍ରାଏଲ ରନ୍

ଉଦୟପୁର: ବହୁପ୍ରତୀକ୍ଷିତ ଉଦୟପୁର-ଜୟପୁର ଭାୟା ଆଜମେର ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସେପ୍ଟେମ୍ବର 24ରେ ହେବ । ପିଏମ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟ୍ରେନର ଶୁଭାରମ୍ଭ କରିବେ । ତେବେ ଶୁଭାରମ୍ଭ ପୂର୍ବରୁ ଉଦୟପୁର-ଜୟପୁର ମଧ୍ୟରେ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ୍ ହୋଇଛି ।
ମୁଖ୍ୟ ଡିପୋ ମ୍ୟାନେଜର ପ୍ରଦୀପ କୁମାର କହିଛନ୍ତି ଏହି ଟ୍ରେନ ଉଦୟପୁର ପର୍ଯ୍ୟଟନ ଜଗତ ପାଇଁ ବେଶ୍ ଲାଭଦାୟକ ହେବ । ଏହି ଟ୍ରେନ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ ଏବଂ ଏଥିରେ ଯାତ୍ରା ଯୋଗୁ ପର୍ଯ୍ୟଟକମାନଙ୍କ ସମୟ ବଞ୍ଚିପାରିବ ।

ଟ୍ରାଏଲ ରନ୍ ସମୟରେ ଟ୍ରେନର ଗତି ଘଣ୍ଟା ପ୍ରତି 110 କିଲୋମିଟର ରଖାଯାଇଥିଲା । ସକାଳ 7.50ରୁ ଏହି ଟ୍ରେନ ଉଦୟପୁର ଷ୍ଟେସନ ଛାଡିଥିଲା ।

ସେପ୍ଟେମ୍ବର 24ରେ ଲୋକାର୍ପଣ ପରେ ଏହି ଟ୍ରେନ ନିୟମିତ ଭାବେ ରାଣା ପ୍ରତାପ ନଗର, ମାଭଲୀ ଜଙ୍କସନ୍, ଚନ୍ଦେରିୟା, ଭିଲୱାଡା, ଆଜମେର, କିଶନଗଡରେ ରହିବ । ଏବେ ଏହି ଟ୍ରେନ ଉଦୟପୁରରୁ ଜୟପୁର ଯିବାକୁ 6ଘଣ୍ଟା ସମୟ ନେଉଛି । କିଛି ଦିନ ପରେ ଏହାର ସ୍ପିଡ ଘଣ୍ଟାପ୍ରତି 130 କିଲୋମିଟର ହେଲେ ଏହା 5ଘଣ୍ଟାରେ ପହଞ୍ଚିପାରିବ ବୋଲି ଅଧିକାରୀମାନେ କହିଛନ୍ତି ।

Show More

Related Articles

Back to top button