ଦେଶଦେଶ ବିଦେଶମୁଖ୍ୟ ଖବର

ନ୍ୟୁୟର୍କରେ ଖାଇକୁ ଖସିଲା ସ୍କୁଲ ବସ୍, 2ମୃତ

ନ୍ୟୂୟର୍କ: ନ୍ୟୁୟର୍କରେ ଖାଇକୁ ଖସିପଡିଲା ସ୍କୁଲ ବସ୍ । ଫାର୍ମିଗଡେଲ ହାଇସ୍କୁଲ ବସ୍ ଗୁରୁବାର ଅପରାହ୍ନରେ ଭାରସାମ୍ୟ ହରାଇ 50ଫୁଟ ତଳେ ଥିବା ଖାଇ ଭିତରକୁ ଖସିପଡିଛି । ସ୍ଥାନୀୟ ସମୟ 1.12ରେ ଏହି ଦୁର୍ଘଟଣା ଘଟିଥିଲା । ସ୍କୁଲ ବସ ଦୁର୍ଘଟଣାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ 5ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ମୃତକଙ୍କ ମଧ୍ୟରେ କୌଣସି ଛାତ୍ରନଥିବା ଜଣାପଡିଛି । ନ୍ୟୁ ଅରେଞ୍ଜ କାଉଣ୍ଟିରେ ଏହି ଦୁର୍ଘଟଣା ଘଟିଛି ।
ଦୁର୍ଘଟଣାରେ ରେସକ୍ୟୁ ଟିମ୍ ପ୍ରଥମେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଦୁଇ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି । ଏହି ବସରେ 40ଜଣ ଛାତ୍ର ଓ 4ଜଣ ବୟସ୍କ ଲୋକ ଯାଉଥିଲେ । ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଟାୟାର ଖରାପ କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Show More

Related Articles

Back to top button