Breaking PLUSଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ବିଳମ୍ୱରେ ସ୍କୁଲକୁ ଯାଉଥିବା ଦୁଇଜଣ ଶିକ୍ଷୟତ୍ରୀଙ୍କୁ ରାସ୍ତାରେ ଅଟକାଇଲେ ମନ୍ତ୍ରୀ : ବନ୍ଦ କଲେ ୮ ମାସର ଦରମା

ନିମାପଡା : ଗତ କିଛିଦିନ ହେବ ବିଭିନ୍ନ ଜିଲ୍ଲା ଗସ୍ତ କରି ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହି ପରିପ୍ରେକ୍ଷୀରେ ସେ ଆଜି ନିମାପଡା ଗସ୍ତ କରିଛନ୍ତି । ଯାଉଥିବା ସମୟରେ ପିପିଲି ଟୋଲ ଗେଟ୍ ନିକଟରେ ଦିନ ୧୦.୨୦ସମୟରେ ଦୁଇଜଣ ଶିକ୍ଷୟତ୍ରୀ ରାସ୍ତାରେ ସ୍କୁଟିରେ ଯାଉଥିବାର ଦେଖିଥିଲେ ମନ୍ତ୍ରୀ ।ହଠାତ୍ ମନ୍ତ୍ରୀ ରାସ୍ତାରେ ଶିକ୍ଷୟତ୍ରୀ ଦୁଇଜଣଙ୍କୁ ଅଟକାଇ ପଚାରିଲେ ଏତେ ଲେଟରେ ସ୍କୁଲକୁ ଯାଉଛ କାହିଁକି । କାହିଁକି ବିଳମ୍ୱରେ ସ୍କୁଲ ଯାଉଥିବା କଥା ପଚାରିବାରୁ ଶିକ୍ଷୟିତ୍ରୀ ଦୁହେଁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଏହା ପରେ ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲ ଅଚାନକ ଗସ୍ତ କରିଥିଲେ । ସେଠାରେ ମଧ୍ୟ ସେଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା । ସକାଳ ୧୦.୨୩ରେ ମଧ୍ୟ ପିଲାମାନେ ଶ୍ରେଣୀଗୃହରେ ନବସି ବାହାରେ ଏଣେ ତେଣେ ବୁଲୁଥିବାର ଦେଖିଥିଲେ । ଶିକ୍ଷକ ମାନେ ଅଫିସ ଭିତରେ ଏକାଠି ବସି କଥା ହଉଥିବାର ବି ନଜର ଆସିଥିଲେ । ସେତିକି ନୁହେଁ ସ୍କୁଲର ପ୍ରଧାନ ଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରୁଥିଲେ, ମନ୍ତ୍ରୀଙ୍କୁ ଦେଖି ହଠାତ୍ ରହିଗଲେ । ଏହାସହ ସ୍କୁଲର କାଗଜ ପତ୍ର ରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳିଥିଲା । ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ଏପରି ଅନୀୟମିତତା ବ୍ୟବସ୍ଥା ଦେଖିବା ପରେ ମନ୍ତ୍ରୀ DEO ଓ BEO ଙ୍କୁ ଫୋନ କରି ଏହି ସ୍କୁଲର ୮ଜଣ ଶିକ୍ଷକଙ୍କ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଦରମା ବନ୍ଦର ନୋଟିସ କରିବାକୁ ନିର୍ଦେଶ ଦେଇଥିଲେ ।

Show More

Related Articles

Back to top button