Breaking PLUSଦେଶ ବିଦେଶମୁଖ୍ୟ ଖବର

ଦୁଇ ମାସ ମଧ୍ୟରେ ଦେଶରେ ଦୈନିକ କରୋନା ନମୁନା ପରୀକ୍ଷା ୪ଗୁଣା ବୃଦ୍ଧି

୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୧୧ ଲକ୍ଷ ୫୦ ହଜାର କରୋନା ନମୁନା ପରୀକ୍ଷା କରାଯାଇଛି

ଆଜିସୁଦ୍ଧା ୭ କୋଟି ୯୦ ଲକ୍ଷ ନମୁନା ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଦୈନିକ ସର୍ବାଧିକ ସଂଖ୍ୟକ ପରୀକ୍ଷଣ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ବିଶ୍ୱର ଅନ୍ୟତମ ଦେଶ ଭାବରେ ପରିଗଣିତ ହୋଇଛି। ଚଳିତ ବର୍ଷ ଜାନୁଆରୀରେ ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ କେବଳ ଗୋଟିଏ ପରୀକ୍ଷା ଲ୍ୟାବରୁ ଆରମ୍ଭ କରି ଦେଶରେ ଆଜି କୋଭିଡ୍ ନମୁନା ପରୀକ୍ଷା ପାଇଁ ୧ ହଜାର ୮୭୩ଟି ପରୀକ୍ଷାଗାର ରହିଛି ଯେଉଁଥିରେ ୧ ହଜାର ୧୦୧ଟି ସରକାରୀ ଏବଂ ୭୭୨ଟି ଘରୋଇ ପରୀକ୍ଷାଗାର ରହିଛି।ମାତ୍ର ଦୁଇ ମାସ ମଧ୍ୟରେ ହାରାହାରି ଦୈନିକ ପରୀକ୍ଷଣ ପ୍ରାୟ ୪ ଗୁଣ ବୃଦ୍ଧି ପାଇଛି।

ଗତ କିଛି ସପ୍ତାହରେ ଏହା ପ୍ରାୟ ୧୨ ଲକ୍ଷ ସୀମା ଅତିକ୍ରମ କରିଛି। ପରୀକ୍ଷଣ ଭିତ୍ତିଭୂମି ସମ୍ପ୍ରସାରଣ ସହିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ଦ୍ୱାରା ଦୈନିକ ପରୀକ୍ଷା ମଧ୍ୟ ବୃଦ୍ଧି ପାଇଛି। ଜାତୀୟ ହାର ତୁଳନାରେ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଅଧିକ ପରୀକ୍ଷା କରୁଥିବା ମନ୍ତ୍ରାଳୟ ସୂଚନା ଦେଇଛି। ଅନ୍ୟ ପକ୍ଷରେ ପରୀକ୍ଷଣରେ ବୃଦ୍ଧି ସତ୍ୱେ ପଜିଟିଭ ହାର କମ୍ ରହିଛି ଏବଂ ଏବଂ ଏହା ୮ ଦଶମିକ ୪ ପ୍ରତିଶତ ପାଖାପାଖି ରହିଛି। ବିହାର, ଗୁଜୁରାଟ, ଉତ୍ତରପ୍ରଦେଶ, ମଣିପୁର, ଝାଡ଼ଖଣ୍ଡ ଏବଂ ତେଲେଙ୍ଗାନାରେ ପଜିଟିଭ ହାର ୫ ପ୍ରତିଶତରୁ କମ୍ ରହିଛି।

Tags
Show More

Related Articles

Back to top button
Close