Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ୨୪ଘଣ୍ଟାରେ ୭୪,୪୪୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ତେବେ ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬,୨୩,୮୧୬ରେ ପହଞ୍ଚିଛି

ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୪,୪୪୨ ନୂଆ ଆକ୍ରାନ୍ତ ଚିହ୍ନଟ ସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬,୨୩,୮୧୬ରେ ପହଞ୍ଚିଛି।

ସେହିପରି ଦେଶରେ ୯,୩୪,୪୨୭ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ, ୫୫,୮୬,୭୦୩ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି।କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗୋଟିଏ ଦିନରେ ଆଉ ୯୦୩ ଜଣଙ୍କର ମୃତ୍ୟୁ ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨ହଜାର, ୬୮୫କୁ ଛୁଇଁଛି। ଆରୋଗ୍ୟ କ୍ଷେତ୍ରରେ ଭାରତ ବିଶ୍ଵରେ ପ୍ରଥମ ସ୍ଥାନ ଅଧିକାର କରିଛି।

Show More

Related Articles

Back to top button