Breaking PLUSଓଡ଼ିଶାମୁଖ୍ୟ ଖବର

ଦୁଇ ମାଓ କ୍ୟାମ୍ପ ଧ୍ୱଂସ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଓବାଦୀଙ୍କର ଦୁଇଟି କ୍ୟାମ୍ପ ଧ୍ୱଂସ ହୋଇଛି। ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଓ ସୁକୁମା ଜିଲ୍ଲାରେ ସୁରକ୍ଷାବାହିନୀ ମାନେ ଦୁଇଟି ମାଓ କ୍ୟାମ୍ପକୁ ଧ୍ୱଂସ କରିଛନ୍ତି । କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

ମାଓବାଦୀଙ୍କର ଦୁଇଟି କ୍ୟାମ୍ପ ଧ୍ୱଂସ ହୋଇଛି। ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଓ ସୁକୁମା ଜିଲ୍ଲାରେ ସୁରକ୍ଷାବାହିନୀ ମାନେ ଦୁଇଟି ମାଓ କ୍ୟାମ୍ପକୁ ଧ୍ୱଂସ କରିଛନ୍ତି । କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

ସୂଚନା ଅନୁଯାୟୀ, ସୁକୁମା ଜିଲ୍ଲା ପୋଲାମପାଲି ଥାନା ଅନ୍ତର୍ଗତ ପାଲମଗୁଡା ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହିଥିଲେ। ଖବର ପାଇ ଡିଆରଜି ବାହିନୀ ପକ୍ଷରୁ କୁମିଂ ଅପରେସନ କରାଯାଇ କ୍ୟାମ୍ପକୁ ଧ୍ବଂସ କରାଯାଇଛି । ସେହିପରି ବିଜାପୁର ଜିଲ୍ଲା ବାସାଗୁଡା ଥାନା ଅନ୍ତର୍ଗତ ପୋଲାମପାଲି ଜଙ୍ଗଲରେ ଆଉ ଏକ ମାଓ କ୍ୟାମ୍ପକୁ ଧ୍ବଂସ କରିଛନ୍ତି ସିଆରପିଏଫ ଯବାନ । ଉଭୟ ସ୍ଥାନରୁ ଯବାନମାନେ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ନକ୍ସଲ ମାନେ ବ୍ୟବହାର କରୁଥିବା ସାମଗ୍ରୀ ସହ ଶତାଧିକ ନକ୍ସଲ ପୋଷାକ, ପ୍ରଚାର ପତ୍ର, ସିଲେଇ ମେସିନ ଇତ୍ୟାଦି ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ଛୁରି ଓ ୫୦୦ ଲୁହା କଣ୍ଟାରେ ତିଆରି ତୀର ରହିଛି ।

Show More

Related Articles

Back to top button