Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା ଆତଙ୍କ, ୧୦କୋଟି ୬୯ଲକ୍ଷ ୬୫ହଜାର ୮୦୯ରେ ପହଁଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି ।

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ମଙ୍ଗଳବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩ଲକ୍ଷ ୩୫ହଜାର ୩୦୨ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦କୋଟି ୬୯ଲକ୍ଷ ୬୫ହଜାର ୮୦୯କୁ ବୃଦ୍ଧି ପାଇଛି । ସେହିପରି କୋରୋନାରୁ ୭କୋଟି ୮୯ଲକ୍ଷ ୭୦ହଜାର ୨୨୭ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୫୬ଲକ୍ଷ ୮୦ହଜାର ୨୮୦ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୨କୋଟି ୭୬ଲକ୍ଷ ୯୭ହଜାର ୪୪୬ ସଂକ୍ରମିତ ଓ ୪ଲକ୍ଷ ୭୬ହଜାର ୩୬୫ ଜଣ ମୃତ ଥିବାବେଳେ ଭାରତରେ ୧କୋଟି ୮ଲକ୍ଷ ୩୮ହଜାର ୧୯୪ସଂକ୍ରମିତ ଓ ୧ଲକ୍ଷ ୫୫ହଜାର ୮୦ମୃତ, ବ୍ରାଜିଲରେ ୯୫ ଲକ୍ଷ ୪୮ ହଜାର ୭୯ ସଂକ୍ରମିତ ଓ ୨ ଲକ୍ଷ ୩୨ ହଜାର ୧୭୦ ମୃତ, ଋଷିଆରେ ୩୯ ଲକ୍ଷ ୮୩ ହଜାର ୧୯୭ ସଂକ୍ରମିତ ଓ ୭୭ ହଜାର ୬୮ ମୃତ, ୟୁକେରେ ୩୯ ଲକ୍ଷ ୫୯ ହଜାର ୭୮୪ ସଂକ୍ରମିତ ଓ ୧ ଲକ୍ଷ ୧୨ହଜାର ୭୯୮ ମୃତ, ଫ୍ରାନ୍ସରେ ୩୩ ଲକ୍ଷ ୪୧ ହଜାର ୩୬୫ ସଂକ୍ରମିତ ଓ ୭୯ ହଜାର ୪୨୩ ମୃତ, ସ୍ପେନରେ ୨୯ ଲକ୍ଷ ୮୯ ହଜାର ୮୫ ସଂକ୍ରମିତ ଓ ୬୨ ହଜାର ୨୯୫ ମୃତ, ଇଟାଲିରେ ୨୬ ଲକ୍ଷ ୪୪ ହଜାର ୭୦୭ ସଂକ୍ରମିତ ଓ ୯୧ ହଜାର ୫୮୦ମୃତ, ତୁର୍କୀରେ ୨୫ ଲକ୍ଷ ୩୯ ହଜାର ୫୫୯ ସଂକ୍ରମିତ ଓ ୨୬ ହଜାର ୯୦୦ ମୃତ, ଜର୍ମାନୀରେ ୨୨ ଲକ୍ଷ ୯୬ ହଜାର ୩୨୬ ସଂକ୍ରମିତ ଓ ୬୨ ହଜାର ୫୯୭ ମୃତ, କଲମ୍ବିଆରେ ୨୧ ଲକ୍ଷ ୬୧ ହଜାର ୪୬୨ ସଂକ୍ରମିତ ଓ ୫୬ ହଜାର ୨୯୦ ମୃତ ରହିଛନ୍ତି ।

Show More

Related Articles

Back to top button