Breaking PLUSଓଡ଼ିଶାମୁଖ୍ୟ ଖବର

ଜେନେରେଟର ଧୂଆଁରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

କେନ୍ଦୁଝର ସଦର ବ୍ଲକ କାଠବାରୀ ଗାଁରେ ଜେନେରେଟର ଧୂଆଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଦୁଇ ଜଣ ଗୁରୁତର ହୋଇ ଚିକିସତ ହେଉଛନ୍ତି । ମୃତକ ହେଲେ କାଠବାରୀ ଗାଁର ବାଦଲ ନାଏକ(୧୫) ଏବଂ ବାଇଧର ନାଏକ(୩୦) । ଗୁରୁତରଙ୍କ ମଧ୍ୟରୁ ଶମ୍ଭୁନାଥ ନାଏକ(୧୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ, ଆକାଶୀ ନାଏକ(୧୬)ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

କେନ୍ଦୁଝର ସଦର ବ୍ଲକ କାଠବାରୀ ଗାଁରେ ଜେନେରେଟର ଧୂଆଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଦୁଇ ଜଣ ଗୁରୁତର ହୋଇ ଚିକିସତ ହେଉଛନ୍ତି । ମୃତକ ହେଲେ କାଠବାରୀ ଗାଁର ବାଦଲ ନାଏକ(୧୫) ଏବଂ ବାଇଧର ନାଏକ(୩୦) । ଗୁରୁତରଙ୍କ ମଧ୍ୟରୁ ଶମ୍ଭୁନାଥ ନାଏକ(୧୫)ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ବେଳେ, ଆକାଶୀ ନାଏକ(୧୬)ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏକ ବାହାଘର ଭୋଜି ପରେ ପ୍ରବଳ ଶୀତ ହେଉଥିବାରୁ ଜେନେରେଟର ଚାଲୁଥିବା ରୁମରେ ଏମାନେ ଶୋଇଥିଲେ । ରୁମର କବାଟ, ଝରକା ଦେଇ ଶୋଇ ପଡ଼ିଥିବାରୁ ଧୂଆଁ ଯୋଗୁ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିବା ଗାଁ ଲୋକେ କହିଛନ୍ତି । ସେପଟେ ଏକ ମାତ୍ର ରୋଜଗାରିଆ ପୁଅ ବାଇଧରକୁ ହରାଇ ବାପା ମ୍ରିୟମାଣ ଓ ବାଇଧରର ମଧ୍ୟ ଏକ ଛୋଟ ପୁଅ ଅଛି ତେଣୁ ଏବେ ଏକ ମାତ୍ର ରୋଜଗାରିଆ ଫୁଅର ମୃତ୍ୟୁ ପରେ ଘର କିପରି ଚଳାଇବେ ବାପା ଚିନ୍ତାରେ । ସେପଟେ ଏକ ମାତ୍ର ୧୪ ବର୍ଷର ପୁଅ ବାପୁନ୍ କୁ ହରାଇ ବାପା ଦୁଃଖରେ ଭାଙ୍ଗିପତିଛନ୍ତି ।

Tags
Show More

Related Articles

Back to top button
Close