Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଅଜଣା ଗାଡିରେ ପିଟି ହୋଇ ଦୁଇ ମୃତ ଜଣେ ଗୁରୁତର

ଓଳାଭର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଶିହପଡ଼ା ରାସ୍ତାରେ ବିଳମ୍ବିତି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପେଗରପଡ଼ା ଗାଁର ଦୋଳ ଗୋବିନ୍ଦ ସାହୁ ଓ କୌଶିକ ପଣ୍ଡା। ଗୁରୁତର ଜଣଙ୍କ ନାଁ ଗୁରିଆ ସାହୁ ବୋଲି ସୂଚନାମିଳିଛି। ସେ କଟକ ବଡ଼ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ତିନିଜଣ ଯୁବକ ନିଜ ନିଜ ଘରକୁ ଏକ ବାଇକରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ପିଟି ହୋଇ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟଲୋକେ ଏହା ଦେଖି ତିନିଜଣଙ୍କୁ ଉଦ୍ଧାର କରି ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ବାଇକ ଦୁର୍ଘଟଣାରେ ଆହତ ହୋଇଥିବା ପେଗରପଡ଼ା ଗାଁର କିଶୋର ପଣ୍ଡାଙ୍କ ଏକମାତ୍ର ପୁଅ କୌଶିକ ପଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ। ସେହି ଗାଁର ଅନ୍ୟ ଦୁଇଜଣ ଯୁବକ ଦୋଳଗୋବିନ୍ଦ ସାହୁ ଓ ସୌଭାଗ୍ୟ ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Show More

Related Articles

Back to top button