ଓଡ଼ିଶାଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ମାଇଗ୍ରେନ ସମସ୍ୟାରୁ ଉପଶମ ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନରେ ମାଇଗ୍ରେନ ପରି ସମସ୍ୟା ଅନେକଙ୍କ କ୍ଷେତ୍ରରେ ପରିଲକ୍ଷିତ ହେଉଛି । ଆଧୁନିକ ଜୀବନଶୈଳୀ,ହରମୋନନାଲ ପରିବର୍ତ୍ତନ, ଅତ୍ୟଧିକ ମଦ୍ୟପାନ, ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଚିନ୍ତା ଆଦି କାରଣରୁ ମାଇଗ୍ରେନ ହୋଇଥାଏ । ତେବେ ଏଥିରୁ ଉପଶମ ପାଇବା ପାଇଁ ଅନେକ ଘରୋଇ ଉପଚାର ରହିଛି । ଏହାକୁ ଆପଣେଇ ଆହଣଙ୍କ କଷ୍ଟକୁ ଅନେକାଁଶରେ ଲାଘବ କରିପାରିବେ ।

ତେବେ ଆସନ୍ତୁ ଦେଖିବା କଣ ଏହି ଘରୋଇ ଉପଚାର ।

ହଳଦୀ ମିଶ୍ରିତ କ୍ଷୀର: ଯଦି ମାଇଗ୍ରେନ ସମୟରେ ହଳଦୀ କ୍ଷୀର ସେବନ କରନ୍ତି । ତେବେ ଏହା ମାଇଗ୍ରନରୁ ତୁରନ୍ତ ଆରାମ ଦେଇଥାଏ । ଏଥି ସହିତ ଥଣ୍ଡାରୁ ମଧ୍ୟ ମୁକ୍ତି ଦେଇଥାଏ ।

କଦଳୀ : ମାଇଗ୍ରେନ ଆକ୍ରମଣ ସମୟରେ କଦଳୀ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇପାରେ।ଏହା ସୁପରଫୁଡ୍ ଭାବରେ କାର୍ଯ୍ୟ କରେ। ଏଥିରେ ବହୁ ପରିମାଣର ମ୍ୟାଗ୍ନେସିୟମ୍ ଥାଏ, ଯାହା ମୁଣ୍ଡବିନ୍ଧା ହ୍ରାସ କରିବାରେ ସାହାଯ୍ୟ କରିଥାଏ। କଦଳୀରେ ୭୪ ପ୍ରତିଶତ ଜଳ ଥାଏ, ଯାହା ଶରୀରକୁ ହାଇଡ୍ରେଟ୍ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

ତରଭୁଜ : ତରଭୁଜରେ ୯୨ ପ୍ରତିଶତ ଜଳ ଥାଏ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଦୀର୍ଘ ସମୟ ପର୍ୟ୍ୟନ୍ତ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ । ମାଇଗ୍ରେନ ସମେତ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଶରୀରରେ ପର୍ୟ୍ୟାପ୍ତ ତରଳ ପଦାର୍ଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡିହାଇଡ୍ରେସନ୍ ଅବସ୍ଥାରେ ମାଇଗ୍ରେନ୍ ଆକ୍ରମଣ ଅନେକ ସମୟରେ ଅସୁବିଧାରେ ପକାଇଥାଏ । ଏଭଳି ପରିସ୍ଥିତିରେ ତରଭୁଜ ଖାଇବା ଦ୍ୱାରା ମାଇଗ୍ରେନ ଆକ୍ରମଣର ଆଶଙ୍କା କମିଯାଇପାରେ ।

ଡାଲଚିନି : ମାଇଗ୍ରେନ ସମସ୍ୟା ସମୟରେ ଆପଣ ଡାଲଚିନି ମଧ୍ୟ ସେବନ କରିପାରିବେ । କାରଣ ଡାଲଚିନିରେ ଏପରି ତତ୍ତ୍ୱ ରହିଛି, ଯାହା ଖୁବଶୀଘ୍ର ଦରଦକୁ ହଟାଇ ଦେଇଥାଏ । ଆପଣ କ୍ଷୀରରେ ଡାଲଚିନି ମିଶାଇ ପିଇବା ସହ ଡାଲଚିନି ଗୁଣ୍ଡରେ ସାମାନ୍ୟ ପରିମାଣ ପାଣି ମିଶାଇ ମଥାରେ ଲଗାଇପାରିବେ । ଏହାଦ୍ୱାର ତୁରନ୍ତ ଆରାମ ମିଳିଥାଏ ।

ଅଦା :ଅଦାରେ ଔଷଧୀୟ ଗୁଣ ଭରପୁର ହୋଇ ରହିଥାଏ । ତେଣୁ ମାଇଗ୍ରେନ ସମୟରେ ଅଦା ସେବନ ମଧ୍ୟ ଫଳପ୍ରଦ ହୋଇଥାଏ । ମୁଣ୍ଡ ବିନ୍ଧା ସମୟରେ ଏତ ଚାମଚ ମହୁ ସହିତ ଅଦା ରସ ମିଶାଇ ପିଇଲେ, ମାଇଗ୍ରନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

Show More

Related Articles

Back to top button