ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଘରକୁ ଫେରିବା ବାଟରେ ବାଇକ ସହ ପିକଅପ୍ ଭ୍ୟାନ ପିଟିହୋଇ ଦୁଇ ଭାଇ ମୃତ

ପାଟଣାଗଡ଼ : ମାମୁଁ ପୁଅ ଭାଇ ସହିତ ଶ୍ୱଶୁର ଘରୁ ଫେରୁଥିଲେ। ହେଲେ ଅଧା ବାଟରେ ଜଗି ବସିଥିଲା ମୃତ୍ୟୁ । କାଳ ହୋଇ ମାଡ଼ିଆସିଲା ପିକ୍‌ଅପ୍‌ ଭ୍ୟାନ୍‌। ବାଇକ୍‌କୁ ଧକ୍କା ଦେଲା ପିକଅପ ଭ୍ୟାନ। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଚି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଘଟିଛି। ପାଟଣାଗଡ଼ ଥାନା ଦବକାନୀ ଗାଁର ସୁରେନ୍ଦ୍ର ବରିହା ଆଜି ବାଇକ୍‌ରେ ଶ୍ୱଶୁର ଘର ତାଳପଦର ଗ୍ରାମକୁ ଯାଇଥିଲେ। ସାଙ୍ଗରେ ନିଜ ମାମୁଁ ପୁଅ ଭାଇ ଜିତେନ୍ଦ୍ର ବରିହାକୁ ନେଇଯାଇଥିଲେ। ଶ୍ୱଶୁର ଘରେ କାମ ସାରି ମଧ୍ୟାହ୍ନରେ ଘରକୁ ଫେରୁଥିଲେ। ତେବେ ମରୁଆ ଛକ ନିକଟରେ ପାଟଣାଗଡ଼ ପାର୍ଶ୍ୱରୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ବାଇକକୁ ଧକ୍କା ଦେବା ପରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଘଟଣା ସ୍ଥଳରୁ ଚମ୍ପଟ ମାରୁଥିଲା। ସ୍ଥାନୀୟ ଲୋକେ ପିକ୍‌ଅପ୍‌ ଭ୍ୟାନ୍‌କୁ ଗୋଡ଼ାଇ ଗୋଡ଼ାଇ ପଢେଲ ଚେକଗେଟ ନିକଟରେ ଧରିଥିଲେ। ଗାଡ଼ି ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କାବୁ କରି ସ୍ଥାନୀୟ ଲୋକେ ପୁଲିସକୁ ଜିମା ଦେଇଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Show More

Related Articles

Back to top button