Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆସାମ ଗୋଲାଘାଟରୁ 27 ମୃତ ପକ୍ଷୀ ଜବତ, 2 ଗିରଫ

ଗୋଲାଘାଟ- ଆସାମର ଗୋଲାଘାଟ ଜିଲ୍ଲାର ସରୂପଥାର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୁଙ୍ଗାଜାନର ସିଲିଗୁଡିରେ ପୋଲିସ 27ଟି ମୃତ ପକ୍ଷୀ ଜବତ କରିଥିବା ବେଳେ ଦୁଇଜଣ ନାଗା ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ପୋଲିସର ସୂଚନା ମୁତାବକ ଚିଙ୍ଗାଜାନର ସିଲିଗୁଡିର ଗ୍ରାମପ୍ରହରୀ ଡିମାପୁର ଅଭିମୁଖେ ଯାଉଥିବା ଏକ କାରକୁ ସନ୍ଦେହରେ ଅଟକାଇଥିଲେ । ତେବେ ତଲାସୀ ସମୟରେ ଗାଡିରୁ ମୃତ ପକ୍ଷୀ ଉଦ୍ଧାର ହୋଇଥିଲା । ଏହି ପକ୍ଷୀ ଭିତରେ ଭାଟୋ, କୋପୋ ଓ ବୁଲବୁଲ ପରି ପକ୍ଷୀ ଥିବା ସୂଚନା ମିଳିଛି । ସେହିପରି କାରରେ ଯାଉଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ବନବିଭାଗକୁ ହସ୍ତାନ୍ତର କରାଯାଇଛି । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବନବିଭାଗ ।

Show More

Related Articles

Back to top button