ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ଟ୍ୱିଟର୍‌, ଏଲନ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର୍ ସିଇଓ ପରାଗ ଅଗ୍ରୱାଲ ଓ ବଡ ବଡ ପଦାଧିକାରୀଙ୍କ ପରେ ଏବେ କର୍ମଚାରୀଙ୍କ ପାଳି ଆସିଛି। ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ଟ୍ୱିଟର୍। ସୋଶିଆଲ ମିଡିଆ କମ୍ପାନୀ ଟ୍ୱିଟର୍‌କୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି ଏଲନ ମସ୍କ। ପ୍ରଥମେ କମ୍ପାନୀର ବଡ଼ ବଡ଼ ପଦାଧିକାରୀଙ୍କୁ ଚାକିରିରୁ ବିଦା କରିବା ପରେ ଏବେ ସାରା ବିଶ୍ୱରେ କମ୍ପାନୀର ୭୫ ପ୍ରତିଶତ କର୍ମଚାରୀଙ୍କ ଛଟେଇ ହେବ ବୋଲି ସୂଚନା ମିଳିଛି। ଏନେଇ ଆମେରିକା ଖବରକାଗଜ ଦି ନ୍ୟୁ ୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି। ଏହାକୁ ନେଇ ଟ୍ୱିଟର୍ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା କମ୍ କରିବେ ମସ୍କ। ଏଥିପାଇଁ ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୭୫ ପ୍ରତିଶତ କର୍ମଚାରୀ ଛଟେଇ ହେବେ ବୋଲି ସୂତ୍ରରୁ ସୂଚନାମିଳିଛି। ଗୁରୁବାର ୪୪ ବିଲିୟନ ଆମେରିକୀୟ ଡଲାର ଚୁକ୍ତି ସହ ଟ୍ୱିଟର କିଣିଥିବା ମସ୍କ ସାରା ବିଶ୍ୱରେ ଥିବା କମ୍ପାନୀର କର୍ମଚାରୀରେ କାଣ୍ଟଛାଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କେତେ ମାତ୍ରାରେ କର୍ମଚାରୀ ଛଟେଇ ହେବ ସେ ନେଇ ସ୍ପଷ୍ଟ ହୋଇନାହିଁ। ତେବେ ନଭେମ୍ବର ୧ ତାରିଖରେ ଏହି ଛଟେଇ ହେବ। ଏଥିପାଇଁ କର୍ମଚାରୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି। ସୂଚନାନୁସାରେ, ଟ୍ୱିଟର୍‌ରେ ପ୍ରାୟ ୭୫୦୦ ଲୋକ କାମ କରୁଛନ୍ତି।

Show More

Related Articles

Back to top button