ଦେଶମନୋରଞ୍ଜନସେଲିବ୍ରିଟି
ପୁଣିଥରେ ମା ହେଲେ ଟେଲି ଅଭିନେତ୍ରୀ ଦେବିନା ବାନାର୍ଜୀ

ପୁଣିଥରେ ମା ହେଲେ ଟେଲି ଅଭିନେତ୍ରୀ ଦେବିନା ବାନାର୍ଜୀ । ଦେବିନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ପ୍ରଶଂସକଙ୍କୁ ବାଣ୍ଟିଛନ୍ତି ଅଭିନେତା ତଥା ଦେବିନାଙ୍କ ସ୍ବାମୀ ଗୁରୁମିତ ଚୌଧୁରୀ ।
ଗୁରୁମିତ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ଗୁରୁମିତ ଦେବିନାଙ୍କ ସହ ମାତୃତ୍ୱ ଫଟୋଶୁଟର ଏକ ଫଟୋ ଶେୟାର କରି ଏକ ଭାବପ୍ରବଣ କ୍ୟାପସନ ଲେଖିଛନ୍ତି, ଶିଶୁ କନ୍ୟାକୁ ଏହି ଦୁନିଆକୁ ସ୍ବାଗତ। ଆମେ ଦ୍ୱିତୀୟ ଥର ପାଇଁ ମାତାପିତା ହୋଇଛୁ। ଏହି ସମୟରେ ଆମେ କେବଳ ଆପଣଙ୍କଠାରୁ ଗୋପନୀୟତା ଆଶା କରୁ। ଆମର ଶିଶୁ କନ୍ୟା ଏହି ଦୁନିଆକୁ ସମୟ ପୂର୍ବରୁ ଆସିଛି। ଆପଣ ସମସ୍ତେ ଆଶୀର୍ବାଦ ଦିଅନ୍ତୁ।