Breaking PLUSଦୁର୍ଘଟଣାମୁଖ୍ୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ

ବଲାଙ୍ଗିର : ଅଜଣା ଗାଡି ଧକ୍କାରେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ । ବଲାଙ୍ଗିର-ସମ୍ୱଲପୁର ଏନ.ଏଚ ୨୬ ର ଛତାମଖନା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଏକ ଲାଇନ୍‌ ଟ୍ରକ୍‌ ବଲାଙ୍ଗିରରୁ ବରଗଡ ଅଭିମୁଖେ ଯାଉଥିଲା । ଛତାମଖନାଠାରେ ସାମ୍ନା ପଟୁ ଆସୁଥିବା ଏକ ଅଜଣା ଗାଡି ଉକ୍ତ ଟ୍ରକ୍‌ଟିକୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ର ସମ୍ମୁଖ ଅଂଶ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ତା’ ଭିତରେ ଚାପି ହୋଇ ରହଯାଇଥିଲେ। ଖବର ପାଇ ଲୋଇସିଂହା ଏବଂ ବଲାଙ୍ଗିର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ କଟର ସାହାଯ୍ୟରେ କ୍ୟାବିନକୁ କାଟି ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Show More

Related Articles

Back to top button