ସ୍ୱାସ୍ଥ୍ୟ

ଟମାଟୋ ଦ୍ୱାରା ଚିକିତ୍ସା

ଟମାଟୋ ଗୋଟିଏ ନିତ୍ୟ ବ୍ୟବହାର୍ଯ୍ୟ ପାରିବ ମଧ୍ୟରୁ ଅନ୍ୟତମ l ଆମ ଓଡ଼ିଆ ଘର ଅଧିକାଂଶ ଖାଦ୍ୟ ପଦାର୍ଥରେ ପ୍ରତେକ ଦିନ ପ୍ରାୟ ଟମାଟୋର ବ୍ୟବହାର ହୋଇଥାଏ l ଏଥିରେ ଥିବା ଔଷଧୀୟ ଗୁଣ ବିଷୟରେ ଅନେକଙ୍କୁ ହୁଏତ ଜଣା ନଥିବ l ଆୟୁର୍ବେଦ ଚିକିତ୍ସକ ମାନେ ଟମାଟୋ ଖାଇବା ଉପରେ ଅଧିକାଂଶ ରୋଗ ପାଇଁ ଗୁରୁତ୍ୱ ଦେଇ ଥାନ୍ତି ,ଆସନ୍ତୁ ସେ ବିଷୟରେ ଜାଣିବା

ମଧୁମେହ -ମଧୁମେହ ରୋଗୀମାନେ ଟମାଟୋକୁ ସେମାନଙ୍କ ଦୈନଦିନ ଖାଦ୍ୟରେ ବ୍ୟବହାର କରିବା ଆବଶ୍ୟକ l ଗୋଟିଏ ଟମାଟୋ ,ଗୋଟିଏ କଲରା ,ଗୋଟିଏ ଛୋଟ କାକୁଡ଼ିକୁ କାଟି ଗ୍ରାଇଣ୍ଡରରେ ପେସାଇ ରସ ବାହାର କରନ୍ତୁ l ଏହି ରସକୁ ସକାଳୁ ଖାଲି ପେଟରେ ପିଲେ ମଧୁମେହ ରୋଗ ନିୟନ୍ତ୍ରଣ ହେବ l

ଶୁଷ୍କ ଚର୍ମ -ଶୀତଋତୁରେ ଶୁଷ୍କ ଚର୍ମ ହେବ ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ଦେଖାଯାଇ ଥାଏ l ଟମାଟୋ ରସ ୧୦ ମିଲି କୁ ନଡ଼ିଆ ତେଲ ୨୦ ମିଲିରେ ମିଶାଇ ଶରୀରରେ ମାଲିସ କରି ଅଧ ଘଣ୍ଟା ପରେ ଗାଧୋଇବା ଦ୍ୱାରା ଲାଭ ମିଳିଥାଏ l

ମୁହଁର କଳା ଦାଗ -ବେଳେ ବେଳେ ଆମ ମୁହଁରେ ଅନେକ ପ୍ରକାରର କଳା ଦାଗ ଦେଖାଦେଇଥାଏ l ଏହି କଳା ଦାଗକୁ ଦୂର କରିବା ପାଇଁ ଟମାଟୋ ରସକୁ ମୁହଁରେ ଲଗାଇ ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ନିଅନ୍ତୁ ,କିଛି ଦିନ ପରେ ଦେଖିବେ ମୁହଁରୁ କଳା ଦାଗ ସବୁ ଦୁରେଇ ଯିବ l

ରକ୍ତ ହୀନତା ଦୁରକରେ -ରକ୍ତ ହୀନତା ଦେଖା ଦେଉଥିଲେ ଟମାଟୋକୁ ବାଟି ଏକ କପ ଟମାଟୋ ରସ ନିୟମିତ ଭାବରେ ପିଇଲେ ରକ୍ତ ହୀନତା ଦୂର ହୋଇଥାଏ କିମ୍ବା ଯଦି ଆପଣ ରସ ପିଇ ନପାରୁଛନ୍ତି ତେବେ ଟମାଟୋକୁ କାଟି ସାଲାଡ଼ ପ୍ରସ୍ତୁତ କରି ଖାଆନ୍ତୁ l

କ୍ଷୁଧା ହୀନତା -ବେଳେ ବେଳେ ଅଧିକାଂଶ ଲୋକଙ୍କୁ ଖାଦ୍ୟ ଖାଇବାକୁ ଇଛା ହୋଇନଥାଏ କିମ୍ବା କୁହନ୍ତି ଭୋକ ଲାଗିନଥାଏ l ଏପରି ସ୍ଥଳେ ନିୟମିତ ଭାବରେ ଅଧ କପ ମାତ୍ରାରେ ଟମାଟୋ ରସ ପିଇଲେ କ୍ଷୁଧା ହୀନତା ଦୂର ହୁଏ l

Show More

Related Articles

Back to top button