Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଚଳିତ ବର୍ଷର ଚର୍ଚ୍ଚିତ ଭାରତୀୟ ମହିଳା, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ଵର, ୨୫/୧୨ : କିଛି ଭଲ ଏବଂ ଖରାପ ସ୍ମୃତି ଛାଡ଼ି ବିଦାୟ ନେବ ୨୦୨୨। ବର୍ଷର ଆରମ୍ଭ କରୋନା ଭାଇରସ୍ ଡରରେ ଆରମ୍ଭ ହୋଇଥିଲା ଏବଂ ବର୍ଷର ପ୍ରଥମ ଦିନରେ ବୈଷ୍ଣୌଦେବୀ ମନ୍ଦିରରେ ଦଲାଚକଟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଥିଲା। ଏହି କ୍ରମରେ କିଛି ଭଲ ଏବଂ ଖରାପ ଘଟଣାକୁ ନେଇ ୨୦୨୨ କଟିଗଲା। ରାଜନୈତିକ କ୍ଷେତ୍ର ଠାରୁ ନେଇ ଅର୍ଥନୈତିକ କ୍ଷେତ୍ର ପର୍ଯ୍ୟନ୍ତ ଏବଂ ମନୋରଞ୍ଜନ ଜଗତ ଠାରୁ ନେଇ କ୍ରୀଡ଼ା ଜଗତ ପର୍ଯ୍ୟନ୍ତ ବହୁ ବଡ଼ ବଡ଼ ଘଟଣା ଘଟିଛି। ଏହି ସବୁ ଘଟଣା ଦୁର୍ଘଟଣା ମଧ୍ୟରେ ବହୁ ଲୋକ ଚର୍ଚ୍ଚାକୁ ଆସିଛନ୍ତି। ତେବେ ୨୦୨୨ରେ ସବୁଠୁ ଚର୍ଚ୍ଚାରେ ଥିବା ମହିଳାଙ୍କ ବିଷୟରେ ଆସନ୍ତୁ ଜାଣିବା।

ଲତା ମଙ୍ଗେଶକର-

୨୦୨୨ରେ ଭାରତ ତାର ସ୍ଵର କୋକିଳାଙ୍କୁ ଚିର ଦିନ ପାଇଁ ହଜେଇ ଦେଇଛି। ଲୋକପ୍ରିୟ ଗାୟିକା ଭାରତ ରତ୍ନ ଲତା ମଙ୍ଗେଶକରଙ୍କର ଫେବୃଆରୀ ୬ରେ ପରଲୋକ ହୋଇଛି। ମୁମ୍ଵାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ୯୨ ବର୍ଷରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ସେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସଙ୍ଗୀତ ଜଗତକୁ ସେ ୩୦ ହଜାରରୁ ଉର୍ଦ୍ଧ୍ଵ ଗୀତ ଭେଟି ଦେଇଛନ୍ତି।

ନୁପୁର ଶର୍ମା-

ଚଳିତ ବର୍ଷ ନୁପୁର ସର୍ମାଙ୍କ ନାମ ବିବାଦ ଘେରରେ ଥିଲା। ବିଜେପିର ପୂର୍ବତନ ପ୍ରବକ୍ତା ନୁପୁର ପୈଙ୍ଗବାର ମହମ୍ମଦ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହି ଟିପ୍ପଣୀ ପରେ ସାରା ଦେଶରେ ହିଂସା କାଣ୍ଡ ଦେଖିବାକୁ ମିଳିତିଲା। ମୁସଲିମ ଏବଂ କଟ୍ଟରପନ୍ଥୀଙ୍କୁ ଟାର୍ଗେଟ୍‌କୁ ଆସିଥିଲେ। ବିଦେଶରେ ମଧ୍ୟ ବିରୋଧର ଶୀକାର ହୋଇଥିଲେ। ଭାରତୀୟ ମୁସଲିମଙ୍କ ସମେତ ୧୫ଟି ଦେଶରେ ବିରୋଧର ଶିକାର ହୋଇଥିଲେ। ଯାହାଫଲରେ ବିଜେପିରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ଏବଂ ୬ ବର୍ଷ ପାଇଁ ତାଙ୍କୁ ପାର୍ଟିରୁ ନିଲମ୍ଵିତ କରାଯାଇଥିଲା।

ଦ୍ରୌପଦୀ ମୁର୍ମୁ-

ଚଳିତ ବର୍ଷ ଭାରତକୁ ଦ୍ଵିତୀୟ ମହିଳା ରାଷ୍ଟ୍ରପତି ମିଳିଥିଲା। ଦ୍ରୌପଦୀ ମୁର୍ମୁ ଭାରତର ନୂଆ ରାଷ୍ଟ୍ରପତି ହୋଇଥିଲେ। ସେ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିଲେ। ଏହା ପୂର୍ବରୁ ମୁର୍ମୁ ଝାରଖଣ୍ଡର ରାଜ୍ୟପାଳ ଥିଲେ।

ସୁସ୍ମିତା ସେନ-

ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ୨୦୨୨ରେ ଟ୍ରେଣ୍ଡରେ ଥିଲେ। ଉଦ୍ୟୋଗପତି ଲଲିତ ମୋଦିଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ଜୋର୍ ଧରିଥିଲା। ଲଲିତ ମୋଦି ତାଙ୍କ ସୋସିଆଲ ମିଡିଆରେ ପ୍ରେମ ପ୍ରଚାର କରିଥିଲେ। ଦୁହିଁଙ୍କର ବହୁ ଫଟୋ ସାମ୍ନାକୁ ଆସିଥିଲା। ତେବେ ଦୁହିଁଙ୍କ ପ୍ରେମ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ନଥିଲା। ଦୁହିଁଙ୍କର ବ୍ରେକଅପ୍ ହୋଇଯାଇଥିଲା।

ଝୁଲନ ଗୋସ୍ଵାମୀ ଏବଂ ମୀରାବାଈ ଚାନୁ-

କ୍ରୀଡ଼ା ଜଗତରେ ମହିଳା ଖେଳାଳୀ ଝୁଲନ ଗୋସ୍ଵାମୀ ଏବଂ ମୀରାବାଈ ଚାନୁ ଖୁବ୍ ଚର୍ଚ୍ଚାକୁ ଆସିଥିଲେ। ଝୁଲନ ଗୋସ୍ଵାମୀ କ୍ରକେଟ୍‌ରୁ ଅବସର ନେଇଥିଲେ। ସେହିପରି ମୀରାବାଈ ଚାନୁ ୱେଟଲିପ୍ଟିଂ ଚାମ୍ପିଅନସିପ୍‌ରେ ଇତିହାସ ରଚିଥିଲେ।

Show More

Related Articles

Back to top button