ମୁଖ୍ୟ ଖବର

ଆସନ୍ତାକାଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ବାର୍ଷିକୀ

ଆସନ୍ତାକାଲି ଗାନ୍ଧୀ ଜୟନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ବାର୍ଷିକୀ । ଏହାକୁ ଆନ୍ତର୍ଜାତୀୟ ଅହିଂସା ଦିବସ ରୂପେ ମଧ୍ୟ ପାଳନ କରାଯାଏ । ଶାନ୍ତିପୂର୍ଣ୍ଣ ପ୍ରତିରୋଧ ତଥା ଅହିଂସା ବାର୍ତ୍ତା ବିସ୍ତାର କରିବାକୁ ମହାତ୍ମା ଗାନ୍ଧୀଙ୍କ ଉଦ୍ୟମକୁ ସ୍ୱୀକୃତି ଦେଇ ମିଳିତ ଜାତିସଂଘ ଅକ୍ଟୋବର ୨ କୁ ଆନ୍ତର୍ଜାତୀୟ ଅହିଂସା ଦିବସ ଭାବେ ଘୋଷଣା କରିଛି । ଏହି ଦିନର ଉଦ୍ଦେଶ୍ୟ ହେଉଛି “ଅହିଂସା ନୀତିର ସର୍ବଭାରତୀୟ ପ୍ରାସଙ୍ଗିକତା” କୁ ସମ୍ମାନ କରିବା ଏବଂ ଶାନ୍ତି, ସହନଶୀଳତା, ବୁଝାମଣା ଏବଂ ଅହିଂସା ସଂସ୍କୃତି ସୁରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରିବା ।

ମୋହନଦାସ କରମଚାନ୍ଦ ଗାନ୍ଧୀ ଅକ୍ଟୋବର ୨, ୧୮୬୯ ରେ ଗୁଜୁରାଟର ପୋରବନ୍ଦର ଠାରେ ଜନ୍ମଗ୍ରହଣ କରିଥିଲେ । ସମଗ୍ର ବିଶ୍ୱରେ “ବାପୁ” ଭାବରେ ଜଣାଶୁଣା ମହାତ୍ମା ଗାନ୍ଧୀ ହେଉଛନ୍ତି ଭାରତର ଜଣେ ପ୍ରମୁଖ ନେତା । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଅହିଂସା ଏବଂ ସତ୍ୟ କେବଳ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନୁହେଁ ବରଂ ସମଗ୍ର ବିଶ୍ୱରେ ନେତାମାନଙ୍କୁ ପ୍ରେରଣା ଦେଇଥିଲା ଏହାସହ ଭାରତ ସ୍ୱାଧୀନତା ହାସଲ କରିବା ଦିଗରେ ତାଙ୍କ ଅବଦାନ ଅତୁଳନୀୟ । “ଜାତିର ପିତା” ଙ୍କୁ ସମ୍ମାନିତ କରିବା ପାଇଁ, ପ୍ରତିବର୍ଷ ଅକ୍ଟୋବର ୨ ଗାନ୍ଧୀଙ୍କ ଜନ୍ମଦିନକୁ ଗାନ୍ଧୀ ଜୟନ୍ତୀ ଭାବରେ ସମଗ୍ର ଦେଶରେ ପାଳନ କରାଯାଏ ।

Show More

Related Articles

Back to top button