ଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ସ୍କୁଲ ପିଲାଙ୍କଠାରେ ବଢୁଛି ଟମାଟୋ ଫ୍ଲୁ ସଂକ୍ରମଣ

କରୋନା ମହାମାରୀ ପରେ ଏବେ ଦେଶରେ ତାଣ୍ଡବ ରଚିଛି ଟମାଟୋ ଫ୍ଲୁ  ସଂକ୍ରମଣ । ଏହି ସଂକ୍ରମଣ ଛୋଟ ପିଲାଙ୍କଠାରେ ଦେଖାଯାଉଥିବାବେଳେ ବିଶେଷ କରି ସ୍କୁଲ ପିଲାଙ୍କଠାରେ ଅଧିକାଂଶ ବଢୁଛି । ଯାହା ଦ୍ୱାରା ଶିଶୁଙ୍କ ଶରୀରରେ ବିଶେଷତଃ ହାତ, ପାଦ ଏବଂ ମୁହଁରେ ନାଲି ରଙ୍ଗର ଦାଗ ଦେଖିବାକୁ ମିଳିଛି । ତେବେ ଏହାକୁ ଦୃଷ୍ଟିରେ ରଖି ସମ୍ପ୍ରତି କେନ୍ଦ୍ର ସରକାର ମଧ୍ୟ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହାର ପ୍ରଥମ ମାମଲା ୬ ମେରେ କେରଳର କୋଲାମ ଜିଲ୍ଲାରେ ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷେ ଓଡିଶାରେ ମଧ୍ୟ ୧ ରୁ ୯ ବର୍ଷ ବୟସର ୨୬ ପିଲା ଏହି ଫ୍ଲୁରେ ପୀଡିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button