Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଆଜି ଭାରତ-ଇଂଲଣ୍ଡ ଟାଇଟଲ ମୁକାବିଲା : ସିରିଜ୍ ବିଜୟ ଲକ୍ଷ୍ୟରେ ଉଭୟ ଦଳ

ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ଟି-ଟ୍ୱେଣ୍ଟି ମୁକାବିଲା । ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍‌ ଜିତି ସାରିଛନ୍ତି । ଫଳରେ ଶେଷ ଟି୨୦କୁ ଫାଇନାଲ୍‌ କହିଲେ ଭୁଲ ହେବ ନାହିଁ ।

ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ ଟି-ଟ୍ୱେଣ୍ଟି ମୁକାବିଲା । ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍‌ ଜିତି ସାରିଛନ୍ତି । ଫଳରେ ଶେଷ ଟି୨୦କୁ ଫାଇନାଲ୍‌ କହିଲେ ଭୁଲ ହେବ ନାହିଁ । ଉଭୟ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଥିବାରୁ ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ୬ମାସ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଥିବାରୁ ଶନିବାର ମୁକାବିଲା ଉଭୟ ଦଳ ପାଇଁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଇଂଲଣ୍ଡ ଦଳ ପାଇଁ ଭାରତୀୟ ଜଳବାୟୁ ଓ ପିଚ୍‌କୁ ପରଖି ରଣନୀତି ପ୍ରସ୍ତୁତ କରିବାର ଉପଯୁକ୍ତ ସମୟ ରହିଛି । ଘରୋଇ ଗ୍ରାଉଣ୍ଡରେ ଭାରତକୁ ହରାଇବା ପାଇଁ ଭିନ୍ନ ଭିନ୍ନ କୌଶଳ ରଚନା କରିବାର ସମୟ । ତେଣୁ ଇଂଲଣ୍ଡ ଦଳ ସବୁ କିଛି ଭୁଲି କେବଳ ଭାରତ ପାଇଁ ରଣନୀତି ପ୍ରସ୍ତୁତ କରିବା ଉପରେ ପ୍ରାଥମିକତା ଦେବ । ଭାରତୀୟ ଦଳ ବିଶ୍ୱକପ୍‌ ପାଇଁ ଦଳ ପ୍ରସ୍ତୁତିରେ ବ୍ୟସ୍ତ । ଏକ ସନ୍ତୁଳିତ ଟି-ଟ୍ୱେଣ୍ଟି ଦଳ ପ୍ରସ୍ତୁତ କରିବା ସହଜ ନୁହେଁ । ଭାରତ ନିକଟରେ ଏକାଧିକ ଷ୍ଟାର୍‌ ଖେଳାଳି ରହିଥିବାରୁ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଏକାଦଶ ଚୟନ କରିବା ମଧ୍ୟ କଷ୍ଟକର । ସିନିୟର ଖେଳାଳିଙ୍କ ଭିଡ଼ ଭିତରେ ଯୁବ ଖେଳାଳିଙ୍କୁ ଉପଯୁକ୍ତ ସୁଯୋଗ ଦେବା ପାଇଁ ଭାରତର ଯୋଜନା ସମ୍ପ୍ରତି ଫଳପ୍ରଦ ସାବ୍ୟସ୍ତ ହୋଇଛି । ତଥାପି ଅନ୍ୟାନ୍ୟ ଦିଗ ଗୁଡ଼ିକ ପ୍ରତି ଦୃଷ୍ଟି ଦେବାର ସମୟ ।

ଆଜି ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତଥାପି ଲୋକେଶ ରାହୁଲଙ୍କ ସ୍ଥାନରେ ଇଶାନ କିଷନ ପ୍ରତ୍ୟାବର୍ତ୍ତନ କରିବା ଆଶା କରାଯାଉଛି। ସୂର୍ଯ୍ୟକୁମାର ସ୍ଥାନ ବଜାୟ ରଖିବେ । ବୋଲିଂ ବିଭାଗରେ ପରିବର୍ତ୍ତନ ହୋଇପାରେ । ୱାସିଂଟନ ସୁନ୍ଦରଙ୍କ ସ୍ଥାନରେ ବାମହାତୀ ପେସ୍‌ ବୋଲର ଟି ନଟରାଜନ ଏକାଦଶକୁ ଫେରିପାରନ୍ତି। ଇଂଲଣ୍ଡ ଦଳରେ ପରିବର୍ତ୍ତନ ସମ୍ଭାବନା କମ୍ ରହିଛି। ତଥାପି ମୋଇନ ଅଲିଙ୍କୁ ଏକ ସୁଯୋଗ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ବିଚାର କରୁଛି ।

ସମ୍ଭାବ୍ୟ ଭାରତୀୟ ଦଳ : ରୋହିତ ଶର୍ମା,ଇଶାନ କିଷନ/ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି, ରିଶଭ ପନ୍ତ, ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର/ଟି ନଟରାଜନ, ସର୍ଦୁଲ ଠାକୁର/ନବଦୀପ ସାଇନି, ଭୁବନେଶ୍ୱର କୁମାର, ରାହୁଲ ଚହର ।

ସମ୍ଭାବ୍ୟ ଇଂଲଣ୍ଡ ଦଳ : ଜାସନ ରୟ, ଜୋସ ବଟଲର, ଦାୱିଦ ମଲାନ, ଜନି ବେୟାରଷ୍ଟୋ, ଇୟନ ମୋର୍ଗାନ, ବେନ ଷ୍ଟୋକ୍ସ, ସାମ କୁରାନ, କ୍ରିସ ଜୋର୍ଡାନ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ ।

Show More

Related Articles

Back to top button