ଓଡ଼ିଶାମନୋରଞ୍ଜନସ୍ୱତନ୍ତ୍ର

ଆଜିଠୁ ତୁମ….

ଆଜିଠୁ ତୁମ !!!!!!
ମନର ଭାବନା ମନରେ ରଖିଚ
ଖୋଲି କହିଦିଅ ଥରେ
ଦେଖି ପାରିବିନି ତୁମର ଉଦାସ
ନିଆଁ ଲାଗେ ହୃଦୟରେ ।
କାହିଁକି ଉଦାସ ଲାଗ ତୁମେ ଏତେ
କାହା ପାଇଁ ମନ ମାର
ଅମାନିଆଁ ମନ ହଜାଇଲ କାହିଁ
ଅବା ଦେଲକି ଉଧାର?
ଦେଖିଲେ ତୁମକୁ କାହିଁକି କେଜାଣି
ଭାବନାରେ କେତେ ହଜେ
କେତେ ଯେ ଭାବନା,ଅନେକ କଳ୍ପନା
ମନରେ କାହିଁକି ଜାଗେ ?
ଏ ହୃଦୟଟା ଥିଲା ମୋ ପାଖରେ
ହେଲେ ଆଜି ଗଲା ହଜି
ରଖିଛ କି ବାନ୍ଧି ତୁମ ବନ୍ଧନରେ
ଅବା ଆଣିବ କି ଖୋଜି ?
କାହିଁକି ମୋ ମନେ ଏତେ ଦୁର୍ବଳତା
ଆସୁଚି ଗୋ ତୁମ ପାଇଁ
ତୁମ ମନରେ କି ସେଇ ଭାବନା ରୁ
ଆସେ କିଛି କ୍ଷଣ ନେଇ ?
ଭୂଲିଯାଅ ସାଥୀ ଦୂର କରିନିଅ
ତୁମର ଉଦାସୀ ମନ
ଭାବନାରେ ତୁମ ସବୁଦିନ ଥିଲି
ରହିଥିବି ସବୁଦିନ ,
ରଖିଦିଅ ମତେ ତୁମ ହୃଦୟରେ
କରି ଏକ ଛୋଟ ଘର
ସେଇ ଛୋଟ ଘରେ ସବୁଦିନ ପାଇଁ
ରହିବି ହୋଇ ନିଜର,
କରିବିନି ଆଉ କା,ପାଈଁ ଭାବନା
ମାରିବନି କେବେ ମନ
ହେବନି ଉଦାସ ତୁମ ହୃଦୟ ବି
ମୁଁ,ଆଜିଠୁ ତୁମ ଜୀବନ ।

।।ପ୍ରଶାନ୍ତ ପତି।।ଜଗତସିଂହପୁର।

Show More

Related Articles

Back to top button