ବଲିଉଡମନୋରଞ୍ଜନ

ଆଜି ପଡିବ ଫରହାନ୍-ଶିବାନୀଙ୍କ ହାତଗଣ୍ଠି

ଜାଣନ୍ତୁ କେଉଁ ରୀତିନୀତିରେ କରିବେ ବିବାହ

ଫରହାନ ଅଖତର ଆଜି ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିବେ। ଆଜି ବଲିଉଡ଼ର ଏହି ଲଭ ବାର୍ଡସ ସବୁଦିନ ପାଇଁ ସାତ ଜନ୍ମର ହେବାକୁ ଯାଉଛନ୍ତି । ଏଥିରେ ତାଙ୍କ କେବଳ ପୁରା ପରିବାର ଏବଂ ନିକଟତର ବନ୍ଧୁ ସାମିଲ ରହିବେ। ସୂଚନା ଅନୁଯାୟୀ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ବିବାହ କରିବେ।

ସୂଚନା ଅନୁଯାୟୀ କୁହାଯାଉଛି କି ଦୁହେଁ ମରାଠି ରୀତିନୀତିରେ ବିବାହ କରିବେ। ବର୍ତ୍ତମାନ ଶୁଣିବାକୁ ମିଳୁଛି କି ଦୁହେଁ ଦୁଇଟି ରୀତି ନୀତିରେ ବିବାହ କରିବା ସହ ପରସ୍ପର ପାଇଁ କିଛି ପ୍ରତିଶୃତି ଲେଖିଛନ୍ତି ଯାହାକୁ ସେମାନେ ବିବାହ ଦିନ ପଢିବେ। ଫରହାନ ଏବଂ ଶିବାନୀ ବିଭିନ୍ନ ଧର୍ମର ଏବଂ ସେମାନେ ପରସ୍ପରକୁ ସମାନ ଭାବରେ ସମ୍ମାନ କରନ୍ତି। ଏଥି ପାଇଁ ସେ ବିବାହକୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ କରିବା ଚାହୁଁଛନ୍ତି । ତେବେ ଦୁହେଁ ଏହି ବିଶେଷ ଦିନକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି। କହିବାକୁ ଗଲେ ଫରହାନ ଅଖତରଙ୍କ ଏହା ଦ୍ୱିତୀୟ ବିବାହ। ୪୮ ବର୍ଷର ଫରହାନ ଅଖତର ଏବେ ନିଜ ୪୧ ବୟସ୍କା ପ୍ରେମିକା ଶିବାନୀଙ୍କୁ ବିବାହ କରିବେ।

Show More

Related Articles

Back to top button