Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଆଜି ଶେଷ ହେବ ପୌର ନିର୍ବାଚନ ପ୍ରାର୍ଥିପତ୍ର ଦାଖଲ

ଏବେ ଯାଏଁ ଘୋଷଣା ହୋଇନି ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା

ଆଜି ସରିବ ପୌର ନିର୍ବାଚନ ପ୍ରାର୍ଥିପତ୍ର ଦାଖଲ । କିନ୍ତୁ ଏଯାଏ ପ୍ରମୁଖ ୩ ଦଳ ସବୁ ସ୍ଥାନରେ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି । ତେବେ ଶାସକ ବିଜେଡି ସମେତ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଜାରି କରିନାହାନ୍ତି । ଫଳରେ ବିନା ଟିକେଟରେ ଅନେକ ଆଶାୟୀ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଦେଇଛନ୍ତି। କିନ୍ତୁ ସେମାନଙ୍କ ଶୋଭାଯାତ୍ରାରେ ଦଳୀୟ ପତାକା ଲାଗୁଛି ଓ ଦଳୀୟ କର୍ମୀ ସେଥିରେ ସାମିଲ ହେଉଛନ୍ତି। ୩ ମହାନଗର ପାଇଁ ୩ ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଚୂଡାନ୍ତ କରିସାରିଛନ୍ତି ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରାର୍ଥୀ ଆଜି ଶେଷେ ଦିନରେ ନାମାଙ୍କନ ଭରିବେ । ସେହିପରି ଭୁବନେଶ୍ବର ପାଇଁ ଏଯାଏ ୧୩୦ ଜଣ କର୍ପୋରେଟର ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମେୟର ପଦ ପାଇଁ ୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ରବିବାର ଆଉ ୭ ଟି ଫର୍ମ ବିକ୍ରି ହୋଇଥିବା ଜଣାପଡିଛି । ସୋମବାର ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହୋଇଥିଲେ ବି ପ୍ରାର୍ଥୀମାନେ ୯ ତାରିଖ ସୁଦ୍ଧା ଦଳୀୟ ଟିକେଟ୍ ଦାଖଲ କରିପାରିବେ। ଟିକେଟ୍ ଦାଖଲ ନ କଲେ ସେମାନଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ବିବେଚନା କରାଯିବ। ଆଜି ପ୍ରାର୍ଥିପତ୍ର ଦାଖଲ ସରିବା ସହ ତିନି ଦଳର ପ୍ରାର୍ଥୀମାନଙ୍କ ନାମ ଘୋଷଣା ହେବ। ଏହା ପରେ ୱାର୍ଡ ସ୍ତରରେ ରାଜନୀତି ସରଗରମ ହେବ।

Show More

Related Articles

Back to top button