Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତାତି

୧୪ରୁ ୧୯ ଯାଏଁ ନିଆଁବର୍ଷା

ଏବେଠାରୁ ଗରମ ଅସ୍ତବ୍ୟସ୍ତ କଲାଣି । ଆସନ୍ତା ସପ୍ତାହବେଳକୁ ଛଟପଟ କରିବ । ତାତିରେ ସନ୍ତୁଳି ହୋଇଯିବେ ରାଜଧାନୀବାସୀ । ଆସନ୍ତା ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବା ଭଳି ଖରା ହେବ । ପାରଦ ୪୦-୪୧ ଡିଗ୍ରୀ ସେଲସିୟସ୍‌ ରହିବ । ଏମିତି ପୂର୍ବାନୁମାନ କରିଛି ବିଦେଶୀ ପାଣିପାଗ ସଂସ୍ଥା ଆକ୍ୟୁୱେଦର । ଯଦି ଏମିତି ହୁଏ, ପୌର ଭୋଟରେ ସରଗରମ ହୋଇଥିବା ରାଜଧାନୀରେ ପ୍ରଚାରକୁ ଝାଇଁ ପକାଇଦେବ । ଏଭଳି ନିର୍ଦ୍ଦୟୀ ଖରାରେ ବୁଲିବୁଲି ପ୍ରଚାର କରିବାବେଳେ ନାକେଦମ ହୋଇଯିବେ ପ୍ରାର୍ଥୀ ଓ ସମର୍ଥକ । ଏହି ପୂର୍ବାନୁମାନ କହୁଛି, ୧୪ ତାରିଖବେଳକୁ ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ୧୫ ତାରିଖରେ ଆଉ ୧ ଡିଗ୍ରୀ ବଢ଼ି ୪୧ ଡିଗ୍ରୀ ସେଲସିୟସ୍‌ ପାର୍‌ କରିବ ।

୧୮ ତାରିଖ ଯାଏଁ ୪୧ ଡିଗ୍ରୀ ଲେଖାଏଁ ରହିବ । ୧୯ରେ ସାମାନ୍ୟ କମି ୪୦ ଡିଗ୍ରୀ ହେବ । ତା’ ପରେ ସପ୍ତାହେ ପର୍ଯ୍ୟନ୍ତ ପାରଦ ୩୭ ଡିଗ୍ରୀ ପାଖାପାଖି ରହିବ । ରବିବାର ଭୁବନେଶ୍ୱର ତାପମାତ୍ରା ୩୪.୪ ଡିଗ୍ରୀ ସେଲସିୟସ୍‌ ଥିଲା । ଯାହାକି ଗତକାଲିଠାରୁ ସାମାନ୍ୟ କମ୍‌ । ଏଭଳି ସ୍ଥିତି ଦିନେ ଦୁଇଦିନ ରହିବ । ୧୦ କିମ୍ବା ୧୧ ତାରିଖବେଳକୁ ଭୁବନେଶ୍ୱରରେ ପାରଦ ୩୮/୩୯ ଡିଗ୍ରୀ ଛୁଇଁଯିବ ।

Show More

Related Articles

Back to top button