Breaking PLUSଓଡ଼ିଶାମୁଖ୍ୟ ଖବର

ଚାଲିଛି ମା’ଆଙ୍କର ସପ୍ତମୀ ପୂଜା

ଆଜି ପବିତ୍ର ମହା ସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା। ସବୁ ପୂଜା ମଣ୍ଡପ ଭକ୍ତଙ୍କ ବିନା ଖାଲି ଖାଲି ଲାଗୁଛି । ମଣ୍ଡପରେ ଗତକାଲି ଷଷ୍ଠୀ ପୂଜା ଶେଷ ହୋଇଥିବାବେଳେ । ଆଜି ମହାସପ୍ତମୀରେ ପରମ୍ପରା ଅନୁଯାୟୀ, ଅଧିବାସ ଓ ବିଲ୍ୱବରଣ କରାଯାଇଛି । ଆଜି ମା'ଙ୍କର ଚକ୍ଷୁଦାନ ମଧ୍ୟ କରାଯିବ ।

ଆଜି ପବିତ୍ର ମହା ସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା। ସବୁ ପୂଜା ମଣ୍ଡପ ଭକ୍ତଙ୍କ ବିନା ଖାଲି ଖାଲି ଲାଗୁଛି । ମଣ୍ଡପରେ ଗତକାଲି ଷଷ୍ଠୀ ପୂଜା ଶେଷ ହୋଇଥିବାବେଳେ । ଆଜି ମହାସପ୍ତମୀରେ ପରମ୍ପରା ଅନୁଯାୟୀ, ଅଧିବାସ ଓ ବିଲ୍ୱବରଣ କରାଯାଇଛି । ଆଜି ମା’ଙ୍କର ଚକ୍ଷୁଦାନ ମଧ୍ୟ କରାଯିବ ।

ପରମ୍ପରା ଓ ରୀତିନୀତି ଅନୁସାରେ କଟକ ସହରର ସମସ୍ତ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲେ ବି କରୋନା ପାଇଁ ଏଥର ନାହିଁ ଭକ୍ତଙ୍କ ଗହଳି ଚହଳି। ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଯୋଗୁଁ କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ଶହ ଶହ ବର୍ଷର ପରମ୍ପରା ।

କଟକ ବାସିନ୍ଦାଙ୍କ ଆଗ୍ରହ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି କିଛି ମଣ୍ଡପରେ ସିସିଟିଭି ବ୍ୟବସ୍ଥା ଥିବାରୁ ଟେଲିଭିଜନ୍ ଓ ମୋବାଇଲ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରାଯାଉଛି। ଚଳିତ ବର୍ଷ ଅଧିକାଂଶ ମଣ୍ଡପରେ ୪ ଫୁଟରୁ କମ୍ ଉଚ୍ଚତାର ମୂର୍ତ୍ତି ହୋଇଥିବାରୁ ସୁନା ଓ ରୂପା ଗହଣା ବଦଳରେ ଜରି ଓ ମାଟିର ଅଳଙ୍କାରେ ବିଭୁଷିତ ହୋଇଛନ୍ତି ଦଶଭୂଜା।

Show More

Related Articles

Back to top button